ମାରୱାଡ଼ି ଯୁବ ମଞ୍ଚର ବାର୍ଷିକ ବୈଠକ : ଶପଥ ନେଲେ ନୂତନ ଅଧ୍ୟକ୍ଷା ଗୀତାଞ୍ଜଳି କେଜ୍ରିିୱାଲ
ଭୁବନେଶ୍ୱର : ମାରୱାଡ଼ି ଯୁବ ମଞ୍ଚ ଭୁବନେଶ୍ୱର ଶାଖାର ବାର୍ଷିକ ସାଧାରଣ ବୈଠକ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଲା ଫିଏଷ୍ଟା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୫-୨୬ ବର୍ଷ ଲାଗି ଯୁବ ସମାଜସେବୀ ଗୀତାଞ୍ଜଳି କେଜ୍ରିିୱାଲ ମଞ୍ଚର ୨୬ ତମ ସଭାନେତ୍ରୀ ବା ଅଧ୍ୟକ୍ଷା ରୂପେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିଭଳି ଜଗମୋହନ ପେରିୱାଲ ନୂଆ ସମ୍ପାଦକ ରୂପେ ଶପଥ ନେଇଛନ୍ତି । ବୈଠକରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚର ଅଧ୍ୟକ୍ଷ ଅଜୟ ଶର୍ମା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଦସ୍ୟା ତଥା ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀଙ୍କ ସମେତ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚର ଉପାଧ୍ୟକ୍ଷ ଅରୁଣ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ୩୦୦ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ । ଆଉ ଗୀତାଞ୍ଜଳି ଏବଂ ପରାଗଙ୍କର ଶପଥପାଠ କରାଇଥିଲେ ପୂର୍ବତନ ଅଖିଳ ଭାରତୀୟ ମାରୁଆଡ଼ି ଯୁବ ମଞ୍ଚର ଉପ ସଭାପତି ଅକ୍ଷୟ ଖଣ୍ଡେଲୱାଲ୍ । ଅଧ୍ୟକ୍ଷା ଭାବେ ଶପଥ ଗ୍ରହଣ କରିବା ପରେ ଗୀତାଞ୍ଜଳି ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ ତାହା ଉଲ୍ଲେଖ କରିଥିଲେ । ରାଜଧାନୀ ଭୁବନେଶ୍ୱରରେ ଗୋ-ସେବାକୁ ମାରୱାଡ଼ି ଯୁବ ମଞ୍ଚ ପ୍ରାଥମିକତା ଦେଇଆସୁଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଗୀତାଞ୍ଜଳି । ସେହିଭଳି ରାଜଧାନୀର ଗରିବ ଲୋକଙ୍କ ଲାଗି ଅନେକ ପଦକ୍ଷେପ ନେବାକୁ ଲକ୍ଷ୍ୟ ରଖିଛି ମଞ୍ଚ । ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଆଗକୁ କ୍ୟାନ୍ସର ନିରୂପଣ କ୍ୟାମ୍ପର ଆୟୋଜନ କରିବ ମାରୱାଡ଼ି ଯୁବ ମଞ୍ଚ । ଯାହାଦ୍ୱାରା ସାଧାରଣ ଲୋକଟିଏ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ଆଗୁଆ ଚିହ୍ନଟ କରି ତାର ସଫଳ ଚିକିସôା କରିପାରିବ ବୋଲି କହିଛନ୍ତି ନୂଆକରି ଶପଥ ନେଇଥିବା ଅଧ୍ୟକ୍ଷା ଗିତାଞ୍ଜଳି କେଜ୍ରିୱାଲ । ଆଜିର ସାଧାରଣ ବୈଠକକୁ ହରିଶ ଅଗ୍ରୱାଲ, ରାଜେଶ କେଜ୍ରିୱାଲ, ମିନେଶ ଖଣ୍ଡେଲୱାଲ, ସଞ୍ଜୟ ଅଗ୍ରୱାଲ, ବିନିତ ଅଗ୍ରୱାଲ ପ୍ରମୁଖ ପରିଚାଳନା କରିଥିଲେ ।