ପ୍ରକାଶ ପାଇଲା ବିଜ୍ଞପ୍ତି  , ମିଳିବ ଋତୁସ୍ରାବ ଛୁଟି

ାା ପ୍ରଭାନୁ୍ୟଜାା ଭୁବନେଶ୍ୱର :  ଏବେ ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି  । ଋତୁସ୍ରାବ ପାଇଁ ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  । ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ହେବା ପର୍ଯ୍ୟନ୍ତ ବାର୍ଷିକ ୧୨ ଦିନର ଏହି ଋତୁସ୍ରାବ ଜନିତ ଅତିରିକ୍ତ ଛୁଟି ନେଇପାରିବେ । ପ୍ରତି ମାସର ଦିନଟିଏ ଋତୁସ୍ରାବ ଜନିତ ଛୁଟି ସେହି ମାସରେ ହିଁ ନେବାକୁ ପଡ଼ିବ । ଗୋଟିଏ ମାସର ଛୁଟି ପରବର୍ତ୍ତୀ ମାସକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି  । ଏହା ପୂର୍ବରୁ ଗତ ମାସରେ ମହିଳା ସରକାରୀ କର୍ମଚାରୀମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ପ୍ରଚଳିତ ୧୦ ଦିନ ସାମୟିକ ଛୁଟି ଓ ୫ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ସହିତ ମହିଳାମାନେ ଏହି ୧୨ ଦିନ ଅତିରିକ୍ତ ଛୁଟି ପାଇପାରିବେ ।