ରତ୍ନଭଣ୍ଡାରରେ ଏସପି ଅସୁସ୍ଥ ଖବରକୁ ଖଣ୍ଡନ କଲେ ଖୋଦ ଏସପି

ଭୁବନେଶ୍ୱର:  'ରତ୍ନଭଣ୍ଡାର ନିକଟରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର । ରତ୍ନଭଣ୍ଡାର ନିକଟରେ ଚେତା ହରାଇଲେ ପୁରୀ ଏସପି । ଭିତରେ ଏସପିଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।'

ଆଜି ରତ୍ନଭଣ୍ଡାର ଖୋଲିବା ପରେ ଏଭଳି କିଛି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିନ୍ତୁ ଏସପି ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । 

ରତ୍ନଭଣ୍ଡାରର ଦ୍ୱିତୀୟ କବାଟ ଖୋଲିବା ପରେ ଅଳନ୍ଧୁ ସଫା କରିବା ପାଇଁ ଭିତରକୁ ଝାଡୁ ଯାଇଥିଲା । ଝାଡୁ ଦ୍ୱାରା ଅଳନ୍ଧୁକୁ ସଫା କରାଯାଉଛି । ଆଉ ଏହାରି ଭିତରେ ପୁରୀ ଏସପି ରତ୍ନଭଣ୍ଡାର ନିକଟରେ ଅଚେତ ହୋଇପଡିଥିଲେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।