ବନ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା, ଲୋକଙ୍କୁ ମିଳୁନି ଖାଦ୍ୟ
ାା ପ୍ରଭାନୁ୍ୟଜ ।ା ବେତନଟୀ: ବାତ୍ୟା ‘ଦାନା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ରିଲିଫ୍ କମିଶନରଙ୍କ ନିଦେ୍ର୍ଦଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏପରିକି ଓଡ୍ରାଫ୍ ଟିମ୍ ଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ ପ୍ରଶାସନ ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । ଏହି କ୍ରମରେ ବେତନଟୀ ବ୍ଲକ ଅଧିନସ୍ଥ ୪୫ଟି ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ଛଅ ହଜାର ଲୋକଙ୍କର ଥଇଥାନ କରାଯାଇଥିଲା । ହେଲେ ୩୯ଟି ଆଶ୍ରୟସ୍ଥଳୀରେ ପାଞ୍ଚ ହଜାର ଲୋକ ରହିବାର ବ୍ୟବସ୍ଥା କରାଯାଇଥିଲା । ଯେଉଁ ଅନୁପାତରେ ଅବପାତ ନେଇ ବର୍ଷା ଓ ପବନ ବୋହିବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା ସେହି ଅନୁପାତରେ ବର୍ଷା ବା ପବନ ଉଗ୍ରରୂପ ଧାରଣ କରି ନ ଥିଲା । କିନ୍ତୁ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଲୋକେ ଅଧିକ ଭୟଭୀତ ହୋଇ ନିଜ ଘର ଦ୍ୱାର ଓ ଗୃହପାଳିତ ପଶୁ ତଥା ନିଜ ଘରର ଆସବା ପତ୍ର ଛାଡି ଆଶ୍ରୟସ୍ଥଳୀକୁ ଆସିଥିଲେ । ହେଲେ ଅନେକାଂଶରେ ଏହି ଲୋକମାନେ ବ୍ଲକ ପ୍ରଶାସନର ଅବହେଳା ଓ ପରିଚାଳନାଗତ ତ୍ରୁଟି ପାଇଁ ଖାଇବାକୁ ପାଇ ନ ଥିବାର ଅଭିଯୋଗ ହୋଇଛି । ଏପରିକି ଛୋଟ ପିଲାମାନଙ୍କୁ ମଧ୍ୟ ୨୫ ତାରିଖ ସକାଳ ଦଶଟା ସୁଦ୍ଧା ଜଳଖିଆ ଦିଆଯାଇ ପାରି ନ ଥିବା ଅନେକ ବାପା ମା ଓ ପରିବାର ଲୋକ ଅଭିଯୋଗ କରିଛନ୍ତି । ଯେଉଁ ଆଶ୍ରୟସ୍ଥଳୀମାନଙ୍କରେ ଲୋକଙ୍କୁ ଥଇଥାନ କରାଯାଇଥିଲା, ସେଠାରେ ଶୌଚାଳୟରେ ପାଣିର ଅଭାବ ଦେଖାଯିବା ସାଙ୍ଗକୁ ଟାଟା ପାୱାରର ଦିନ ଯାକ ଲାଇନ କାଟ୍ ଯୋଗୁଁ ପିଇବା ପାଣି ସମସ୍ୟା ବି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । କେତେକ ଲୋକ ଆଶ୍ରୟସ୍ଥଳୀମାନଙ୍କରେ ଖାଇବାକୁ ନ ପାଇ ଘରକୁ ଫେରି ଯାଇଥିବାର ଖବର ମିଳିଥିଲେ ସୁଦ୍ଧା ପ୍ରଶାସନ ଦୃଷ୍ଟି ଦେଇ ନ ଥିଲା । ରାତିରେ ଆଶ୍ରୟସ୍ଥଳୀମାନଙ୍କରେ ଆଲୋକର ବ୍ୟବସ୍ଥା କରାଯାଇ ନ ଥିବାରୁ ଲୋକେ ଅସହାୟ ଅବସ୍ଥାରେ ରାତ୍ରିଯାପନ କରିଥିବା କହିଛନ୍ତି । ବର୍ଷା ଦିନ ତମାମ ଓ ରାତି ତମାମ ଲାଗି ରହିଥିଲେ ହେଁ ବେତନଟୀ ବ୍ଲକର କୌଣସି ନଦୀର ଜଳସ୍ତର ବିପଦ ସଂକେତ ଛୁଇଁ ନ ଥିଲା କି କୌଣସି ଗ୍ରାମର ଲୋକ ଜଳବନ୍ଦୀ ହୋଇନଥିଲେ । ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲେ ହେଁ ଆଶ୍ରୟସ୍ଥଳୀରେ ରହିଥିବା ଲୋକ ତିନି ଓଳି ଯାକ ପେଟ ପୁରା ଖାଇବାକୁ ବା ଆବଶ୍ୟକ ପିଇବା ପାଣି ଓ ଆଲୋକର ସୁବିଧାରୁ ବଞ୍ଚôତ ହୋଇଥିଲେ । ଏହି ଦାନା ବାତ୍ୟାରେ ବାସଗୃହ ଭାଙ୍ଗିବାର ଖବର ହସ୍ତଗତ ହୋଇ ନ ଥିବା ବେଳେ ଗୃହ ପାଳିତ ପଶୁଙ୍କୁ କୌଣସି ପ୍ରକାରର ଖାଦ୍ୟ ଯୋଗାଇ ଦିଆଯାଇନଥିଲା । ସବୁଠାରୁ ଅଧିକ ଦାୟିତ୍ୱହୀନ ଭାବରେ ଟାଟା ପାୱାର ଲଗାତର ବିଦୁ୍ୟତ୍ କାଟ କରିଥିଲା । ଦାନା ବାତ୍ୟା ମୁକାବିଲା ବେତନଟୀ ବ୍ଲକରେ ବହୁ ଆଡମ୍ବରରେ ଲଘୁ କ୍ରିୟାରେ ସଂପନ୍ନ ହୋଇଥିବା ଯୋଗୁଁ ନୂଆ ସରକାରଙ୍କ ମୁକାବିଲା ସନ୍ତୋଷଜନକ ନୁହେଁ ବୋଲି ବାତ୍ୟା ଆଶ୍ରୟ ସ୍ଥଳୀରୁ ଫେରନ୍ତା ଲୋକମାନେ ଗଣମାଧ୍ୟମକୁ ଜଣାଇଛନ୍ତି ।