‘ସ୍ମୃତିରେ ଆମ ବିକାଶ’ ଶ୍ରଦ୍ଧାଞ୍ଜଳି ସଭା

 ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କଂଗ୍ରେସ ମିଡ଼ିଆ ସେଲ୍ ସଂଯୋଜକ ତଥା ଜିଲ୍ଲାର ବିଶିଷ୍ଠ ଶ୍ରମିକ ନେତା  ଓ ବହୁ ସଂଗଠନ ସହିତ ଜଡିତ ଥିବା ରେମୁଣା ନିର୍ବାଚନ ମଣ୍ଡଳୀର ଜଣେ ଦକ୍ଷ ସଂଗଠକ ବିକାଶ ଦାଶଙ୍କ ଏକାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଶାସଙ୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଜୀବ ଗିରିଙ୍କ ସଭାପତିତ୍ୱରେ ଓ ଭବାନୀ ଶଙ୍କର ଦାଶଙ୍କ ସଂଯୋଜନାରେ ଆୟୋଜିତ ‘ସ୍ମୃତିରେ ଆମ ବିକାଶ’ ସଭାରେ ବହୁ ଶୁଭେଚ୍ଛୁ ଓ ଦଳୀୟ କର୍ମୀ ନେତୃତ୍ୱ ଉପସ୍ଥିତ ଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚଣ୍ଡ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ବିଧାୟକ ସୁଧାଂଶୁ ପରିଡା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ପଦ୍ମକାର ଗୁରୁ, ରାଜ୍ୟ ଯୁବ ଆଇଏନ୍ଟିୟୁସିର ସଭାପତି ସତ୍ୟବ୍ରତ ନାୟକ, ରାଣୀ ମନୋଜା ମଞ୍ଜରୀ ଦେବୀ, ଅର୍ଚ୍ଚନା ନନ୍ଦୀ, ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସରୋଜ ଲେଙ୍କା, ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢ଼ୀ, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା, ସମାଜସେବୀ ସାୟିରୁଲ ହକ, ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ, ଓଡିଶା ଜଗନ୍ନାଥ ଚେତନାର ସମ୍ପାଦକ ନିତ୍ୟାନନ୍ଦ ପଣ୍ଡା, ଶ୍ରୀକାନ୍ତ ବାଗୁଡେଇ, ବିକ୍ରମ ପଣ୍ଡା, କୃଷ୍ଣ ଗୋପାଳ ପଣ୍ଡା, ବିଜେଡି ଯୁବନେତା ସତ୍ୟ ଦାସ, ଧିରେନ ନାୟକ, ବସନ୍ତ ପଣ୍ଡା, ବିଜେପି ନେତା ଶୁଭଙ୍କର ମହାପାତ୍ର, ସମ୍ପାଦିକା ମମତା ମହାପାତ୍ର, ଜ୍ୟୋସ୍ନା ସେନାପତି, ଗୌରାଙ୍ଗ ପାଣିଗ୍ରାହୀ, ଆଇନଜୀବୀ ନିରଞ୍ଜନ ପରିଡା, ତରୁଣ ଦାସ, ଶ୍ରୀକାନ୍ତ ଜେନା, ରାଜେନ୍ଦ୍ର ମହାନ୍ତି, ରଞ୍ଜନ ଦାସ, ଦେବଦତ୍ତ ଦାସ, ତୃଷାର କାନ୍ତି ତପସ୍ୱୀ, ଶୁଶାନ୍ତ ସାହୁ,  ଲଷ୍ମୀଧର ଜେନା, ଡିଜେନ୍ଦ୍ର ନାରାୟଣ ଦାସଙ୍କ ସମେତ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ସଂଗଠନର ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇ ବିକାଶ ଦାଶଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।