ମାଲ୍ ଅନଲୋଡିଂରେ ଖୋର୍ଦ୍ଧା ରୋଡ ମଣ୍ଡଳର ରେକର୍ଡ

 ଜଟଣୀ: ଖୋର୍ଦ୍ଧାରୋଡ ମଣ୍ଡଳ ମାତ୍ର ୨୬୭ ଦିନ ମଧ୍ୟରେ ୧୦୦ ମିଲିୟନ୍ ଟନ୍  ରେକର୍ଡ ମାଲ ପରିବହନ ଅନଲୋଡିଂ ହାସଲ କରି ଏକ  ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି । ଯାହା ଗତ ବର୍ଷ, ସମାନ ଲକ୍ଷ୍ୟ ହାସଲ କରିବାକୁ ୨୭୯ ଦିନ ଲାଗିଲା ।  ପାରାଦୀପ ଏବଂ ଧାମରା ସମେତ ପ୍ରମୁଖ ବନ୍ଦରଗୁଡିକରେ, ଇସ୍ପାତ କାରଖାନା ଏବଂ ବିଭିନ୍ନ ଅନ୍ୟ ସାମଗ୍ରୀ ସାଇଡିଂ ପଏଣ୍ଟରେ ଏହି ମାଲ ଅନଲୋଡିଂ କରାଯାଇଥିଲା । ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଏଚ ଏସ୍ ବଜ୍ୱା, କର୍ମଚାରୀଙ୍କ ଅହରହ ଉଦ୍ୟମକୁ ପ୍ରଶଂସା କରି ଏହି ସଫଳତାକୁ ସେମାନଙ୍କର ଉସôର୍ଗୀକୃତ ତଥା ଦଳଗତ କାର୍ଯ୍ୟ ବୋଲି ଦର୍ଶାଇଛନ୍ତି । ଅନ୍ୟ ମଣ୍ଡଳ ଗୁଡ଼ିକ ମଧ୍ୟ ମାଲ ପରିବହନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଆଜି ପର୍ଯ୍ୟନ୍ତ ଚକ୍ରଧରପୁର ଡିଭିଜନ୍ ୫୩.୭୩ ମିଲିୟନ୍ ଟନ୍ ମାଲ୍ ଅନଲୋଡିଂ କରିଛି ଏବଂ ବିଲାସପୁର ଡିଭିଜନ୍ ୫୦.୫୫ ମିଲିୟନ୍ ଟନ ମାଲ୍ ଅନଲୋଡିଂ କରିଛି । ଏହି ମାଇଲଖୁଣ୍ଟ ଗୁଡିକ ସମଗ୍ର ଅଞ୍ଚଳରେ ମାଲ ପରିବହନ ସାମଗ୍ରୀ ବୃଦ୍ଧି ଉପରେ ସାମୂହିକ ଧ୍ୟାନକୁ ସୂଚିତ କରେ ।