ଜାତୀୟ ଖାଉଟି ଦିବସ ପାଳିତ 

 ବଲାଙ୍ଗିର : ବଲାଙ୍ଗିର ପତିତପାବନ ଏକାଡେମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଶାଖା ପଖ୍ୟରୁ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ବଲାଙ୍ଗିର ପ୍ରାୟୋଜକରେ ଆଜି ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି । ଗ୍ରାହକ ପଞ୍ଚାୟତ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ସଭାରେ ବଲାଙ୍ଗିର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରିତମ ଦାସ, ବୈଧ ମାପ ବିଜ୍ଞାନ ଅଧିକାରୀ ଦୁଷ୍ମନ୍ତ ସାହୁ, ବଲାଙ୍ଗିର ଉପଭୋକ୍ତା ସମାଧାନ ଆୟୋଗ ସଭ୍ୟା ଶ୍ରୀମତୀ ଜୋସ୍ନା ରାଣୀ ମିଶ୍ର, ରାୟପୁର ବାଲକୋ ହସ୍ପିଟାଲ ସହ ପରିଚାଳକ ସତ୍ୟ ପ୍ରକାଶ ଆଚାର୍ଯ୍ୟ, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଭାପତି ଶଶୀଭୂଷଣ ପୁରୋହିତ, ସଂଗଠନ ସମ୍ପାଦକ ସତ୍ୟ ନାରାୟଣ ପଟେଲ ଅତିଥି ଓ ବକ୍ତା ଭାବରେ ଯୋଗଦେଇ ଅଭିଭାଷଣ ରଖିଥିଲେ । ପୂର୍ବତନ ଜିଲ୍ଲା ଯୋଗାଣ ଅଧିକାରୀ ଅଭିରାମ ପ୍ରଧାନ ଅନ୍ୟତମ ନିମନ୍ତ୍ରିତ ବକ୍ତା ଭାବରେ ନିଜସ୍ୱ ମତ ରଖିଥିଲେ । ସଭାକୁ ସଂଯୋଜନା କରିଥିଲେ ସଭ୍ୟା କସ୍ତୁରୀ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଯୁକ୍ତା ମିଶ୍ର । ପ୍ରାରମ୍ଭରେ ସ୍ୱାମୀ ବିବେକାନନ୍ଦ, ଭାରତ ମାତା ଶ୍ରୀ ଗଣେଶଙ୍କ ଠାରେ ପୂଜା ଅର୍ଚ୍ଚନା ପରେ ଗ୍ରାହକ ଗୀତ ଅଶୋକ କୁମାର ମିଶ୍ର ଗାନ କରିଥିଲେ ଶେଷରେ ଶାନ୍ତି ପାଠ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ମହିଳା ସଦସ୍ୟା ରଞ୍ଜିତା ମିଶ୍ର ।