ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଟିକେଟ୍ ଯାଞ୍ଚ 

 ଜଟଣୀ : ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପକ୍ଷରୁ ସୁବିଧାରେ, ସୁରକ୍ଷିତ ଓ ଯାତ୍ରା ପାଇଁ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ କରାଯାଇଛି । ବରିଷ୍ଠ ମଣ୍ଡଳ ବାଣିଜି୍ୟକ ପ୍ରବନ୍ଧକ ଅନିଲ କୁମାର ଏସ୍ଙ୍କ ନେତୃତ୍ୱରେ ଏହି ଟିକେଟ ଯାଞ୍ଚ ଅଭିଯାନ କରାଯାଉଛି । ଯେଉଁଥିରେ ବାଣିଜ୍ୟ ଅଧିକାରୀ, ଟିକେଟ୍ ଯାଞ୍ଚକାରୀ ଓ ରେଳ ସୁରକ୍ଷା ବଳ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଛନ୍ତ କ୍ଷ ଗତ ୫ ଦିନ ଧରି ଖୋର୍ଦ୍ଧା ରୋଡ଼-ବ୍ରହ୍ମପୁର ରେଳ ସେକ୍ସନ୍ରେ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ କରାଯାଇଛି । ଖଲିକୋଟ, ଗଞ୍ଜାମ, କୁହୁଡି, ଭୂଷଣ୍ଢପୁର, ରମ୍ଭା, ନିରାକରପୁର ଓ ତାପଙ୍ଗ ଷ୍ଟେସନ୍ରେ ଆୟୋଜିତ କରାଯାଇଥିବା ଟିକେଟ ଯାଞ୍ଚ ଅଭିଯାନରେ ୫୦୦ ଟି ବିନା ଟିକେଟ୍ ଯାତ୍ରାର କେସ୍ ଧରାପଡ଼ିଛି ଯେଉଁଥିରେ ୨ ଲକ୍ଷ ଟଙ୍କା ଜରିମାନା ଟିକେଟ ଚେକିଂ କର୍ମଚାରୀ, ରେଳ ଅଧିକାରୀ ଓ ସୁପରଭାଇଜର ମାନଙ୍କର ତତ୍ତ୍ୱାବଧାନରେ ଆଦାୟ କରାଯାଇଛି ।ଏହି ଅଭିଯାନରେ ଦିନମଜୁରୀ କରୁଥିବା ଯାତ୍ରୀମାନେ ବର୍ତ୍ତମାନ ବୈଧ ଟିକେଟ୍ କିଣି ଯାତ୍ରା କରୁଛନ୍ତି । ଫଳରେ, ଟିକେଟ୍ ବିହୀନ ଯାତ୍ରାରେ ଲକ୍ଷଣୀୟ ହ୍ରାସ ଘଟିଛି ଓ ସଚେତନତା ବୃଦ୍ଧି ପାଇଛି । କଲେଜ/ସ୍କୁଲ ପ୍ରଧାନ, ବିଭାଗୀୟ ମୁଖ୍ୟ ଓ ସମ୍ବନ୍ଧିତ ଅଧିକାରୀ ଓ ଛାତ୍ରଛାତ୍ରୀଙ୍କୁ ମାସିକ ସିଜିନ ଟିକେଟ ବା ତ୍ରୈମାସିକ ସିଜିନ ଟିକେଟ ସୁବିଧା ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି । ଏହି ସୁବିଧା ସ୍ନାତକ ପର୍ଯ୍ୟନ୍ତ ଛାତ୍ରୀମାନଙ୍କ ପାଇଁ ଓ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପୁରୁଷ ଛାତ୍ରଙ୍କ ପାଇଁ ଉପଲବ୍ଧ । ଆଗାମୀଦିନରେ ଏଭଳି ନିୟମିତ ଟିକଟ ଯାଞ୍ଚ କରାଯିବ ବୋଲି ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ କହିଛନ୍ତି ।