୬ଷ୍ଠ ଜିଲ୍ଲା ତାଇକୋଣ୍ଡୋ ଚାମ୍ପିଅନସିପ୍

 ଜଟଣୀ: ଜଟଣୀ ଟାଉନ ହଲ୍ ସ୍ରଷ୍ଠା ଠାରେ ଷଷ୍ଠ ତମ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କିରୋଗୀ ଓ ପୁମ୍ସି  ତାଇକୋଣ୍ଡୋ ପ୍ରତିଯୋଗିତା ଓ ୧୧ତମ ତାଇକୋଣ୍ଡୋ କଲର ବେଲ୍ଟ ପ୍ରମୋସନ୍ ଟେଷ୍ଟ ଆୟୋଜିତ ହୋଇଛି । ଖୋର୍ଦ୍ଧା ତାଏକୋଣ୍ଡୋ ଆସୋସିଏସନ୍ ଓ ଏସ୍ ଏମ୍ଏସ୍ ମାର୍ଶଲ ଆର୍ଟ୍ସ ଏକାଡେମୀ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଚାମ୍ପିଅନ୍ସିପ୍ରେ ୨୦୦ ରୁ ଅଧିକ ବାଳକବାଳିକା ପ୍ରତିଯୋଗୀ ଭାଗ ନେଇଛନ୍ତି । ସୁପର ସବଜୁନିଅର, ସବ୍ ଜୁନିଅର, କ୍ୟାଡେଟ୍, ଜୁନିଅର ଏବଂ ସିନିଅର ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଆନ୍ତର୍ଜାତିକ ତାଇକୋଣ୍ଡୋ ମାଷ୍ଟର ତଥା ସାଧାରଣ ସମ୍ପାଦକ ଓଡ଼ିଶା ତାଇକୋଣ୍ଡୋ ସଂଘର ମନମୋହନ ଭଞ୍ଜ ଯୋଗଦେଇ ସମଗ୍ର ଜିଲ୍ଲାରେ ତାଇକୋଣ୍ଡୋକୁ ପ୍ରୋସôାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବ ଖେଳାଳିମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉକôର୍ଷ ହାସଲ କରିବାକୁ ଉସôାହିତ କରିଥିଲେ ।
ଉଦ୍ୟାପନୀ ସମାରୋହରେ ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ ସାହୁ ସମସ୍ତ ଅଂଶଗ୍ରହଣକାରୀ, ଅଭିଭାବକ, ପ୍ରଶିକ୍ଷକ ଏବଂ ସମର୍ଥକଙ୍କୁ କୃତଜ୍ଞତା ଜଣାଇଥିଲେ । ସେ ତାଇକୋଣ୍ଡୋ ପ୍ରତିଭା ବିକାଶ ପାଇଁ ଆସୋସିଏସନର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଲେ ଏବଂ ଆୟୋଜକ ଦଳକୁ ସେମାନଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଦେଇଥିଲେ ।