କେଭିଆଇସିର ନୂତନ ରେକର୍ଡ : ଖଦି ଓ ଗ୍ରାମୋଦ୍ୟୋଗ କାରବାର ୧.୭୦ କୋଟି ଛୁଇଁଲା
ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶରେ ଆତ୍ମନିର୍ଭରଶୀଳତାର ଭାବନାକୁ ସଶକ୍ତ କରୁଥିବା ଖଦି ଓ ଗ୍ରାମୋଉଦ୍ୟଗୋକ୍ଷେତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଗତ ୧୧ ବର୍ଷ ମଧ୍ୟରେ ନୂତନ ଶିଖର ଛୁଇଁନାହିଁ , ବରଂ କୋଟି କୋଟି ଗ୍ରାମବାସୀଙ୍କ ଜୀବନରେ ଆଶାର ନୂତନ ଆଲୋକ ମଧ୍ୟ ଆଣିଛି । ଐତିହ୍ୟ ଖଦି, କେବଳ ଏକ କପଡ଼ା ନୁହେଁ ବରଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ପ୍ରତୀକ ପାଲଟିଛି । ସୋମବାର ଦିନ ନୂଆଦିଲ୍ଲୀର ରାଜଘାଟ ସ୍ଥିତ କାର୍ଯ୍ୟାଳୟରେ ଖଦି ଓ ଗ୍ରାମୋଉଦ୍ୟଗୋ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଖଦି ଏବଂ ଗ୍ରାମୋଉଦ୍ୟଗୋର ଅସ୍ଥାୟୀ ତଥ୍ୟ ଜାରି କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେଭିଆଇସି ୨୦୨୪-୨୫ ଆର୍ଥିକ ବର୍ଷରେ ଉତ୍ପାଦନ, ବିକ୍ରୟ ଏବଂ ନୂତନ ନିଯୁକ୍ତି ସୃଷ୍ଟିର ଏକ ନୂତନ ରେକର୍ଡ ସ୍ଥାପନ କରିଛି । ଗତ ୧୧ ବର୍ଷ ମଧ୍ୟରେ, ବିକ୍ରୟରେ ୪୪୭ ପ୍ରତିଶତ, ଉତ୍ପାଦନରେ ୩୪୭ ପ୍ରତିଶତ ଏବଂ ନିଯୁକ୍ତି ସୃଷ୍ଟିରେ ୪୯.୨୩ ପ୍ରତିଶତ ବୃଦ୍ଧି ଘଟିଛି । ସେ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ, ୨୦୧୩-୧୪ ତୁଳନାରେ ବିକ୍ରୟରେ ୩୯୯.୬୯ % ଏବଂ ଉତ୍ପାଦନରେ ୩୧୪.୭୯%ର ବୃଦ୍ଧି ଘଟିଛି ।
ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ କହିଛନ୍ତି ଯେ ୨୦୧୩-୧୪ ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ଉତ୍ପାଦନ ୨୬୧୦୯.୦୭ କୋଟି ଟଙ୍କା ଥିଲା, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ପ୍ରାୟ ଚାରି ଗୁଣ ବୃଦ୍ଧି ପାଇ ୧୧୬୫୯୯.୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୩୪୭ ପ୍ରତିଶତ ବୃଦ୍ଧି ପାଇଛି । ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବିକ୍ରୟ ରେକର୍ଡ । ମହିଳା ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ କେଭିଆଇସିର ୧୮ ଟି ବିଭାଗୀୟ ଏବଂ ୧୭ ଟି ଅଣ-ବିଭାଗୀୟ ତାଲିମ କେନ୍ଦ୍ର ମାଧ୍ୟମରେ ୭,୪୩,୯୦୪ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଛି, ଯେଉଁଥିରୁ ୫୭.୪୫ ପ୍ରତିଶତ ଅର୍ଥାତ୍ ୪,୨୭,୩୯୪ ଜଣ ମହିଳା । ଏହା ବ୍ୟତୀତ ୫ ଲକ୍ଷ ଖଦି କାରିଗରଙ୍କ ମଧ୍ୟରୁ ୮୦ ପ୍ରତିଶତ ମଧ୍ୟ ମହିଳା । ଗତ ୧୧ ବର୍ଷ ମଧ୍ୟରେ, ଖଦି କାରିଗରଙ୍କ ମଜୁରୀ ୨୭୫ ପ୍ରତିଶତ ବୃଦ୍ଧି ପାଇଛି ।