ଭଡାଘରେ ଚାଲିଛି ଉଦ୍ୟାନ ବିଭାଗ

 ବୁଗୁଡା: ବୁଗୁଡ଼ାରେ ଉଦ୍ୟାନ ବିଭାଗର ସ୍ଥାୟୀ କାର୍ଯ୍ୟାଳୟ ନାହିଁ । ଯାହାଫଳରେ ବହୁ ବର୍ଷ ହେଲା କାର୍ଯ୍ୟାଳୟ କେତେବେଳେ କେଉଁଠି ଭଡ଼ା ଘରେ ଚାଲୁଛି ସାଧାରଣ ଲୋକେ ତାହା ଜାଣିପାରୁ ନାହାନ୍ତି । ଗତ କିଛି ବର୍ଷ ହେଲା ବୁଗୁଡ଼ାରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ନଥିବା ପରି ମନେ ହେଉଛି । ଏଥିପାଇଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ  । ବିଶେଷ କରି ଲେମ୍ବୁ ଦେଶୀଆଳୁ ଓ ଅମୃତଭଣ୍ଡା ଆଦି ନିଜ ବାଡ଼ିରେ ଚାଷ କରିବା ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରୋସôାହନ ମିଳୁଥିବା ବେଳେ ବୁଗୁଡ଼ାରେ ଏହି ଯୋଜନା ଫେଲ୍ ମାରିଛି । ଉଦ୍ୟାନ ବିଭାଗର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାରୀ ସ୍ତରରେ ଜାଗା ଚିହ୍ନଟ ହୋଇ ସାରିଥିଲେବି ଆତରିକତା ଅଭାବରୁ ଏଥିପାଇଁ ଅନୁଦାନ ମିଳୁ ନ ଥିବାରୁ ନିର୍ମାଣ କାମ ଆରମ୍ଭ ହୋଇପାରୁନି  । ଏଥି ପ୍ରତି ବିଭାଗୀୟ ଉଚ୍ଚÿ ଅଧିକାରୀମାନେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।