ଓସିଏସ୍ ପ୍ରିଲିମ୍ ରେଜଲ୍ଟ,, ମେନ୍ ପରୀକ୍ଷା ପାଇଁ ୪୭୯୯ ଜଣ ଉନ୍ନୀତ
ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା-୨୦୨୩ ରେଜଲ୍ଟ ଶୁକ୍ରବାର ପ୍ରକାଶିତ ହୋଇଛି। ଏହି ପରୀକ୍ଷା ଗତବର୍ଷ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ଓସିଏସ୍-୨୦୨୩ ପ୍ରିଲିମ୍ ପରୀକ୍ଷାରେ ମୋଟ୍ ୪୭୯୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ମୋଟ୍ ୧୫୭୩ ଜଣ ମହିଳା ଅଛନ୍ତି। ସମସ୍ତ ୪୭୯୯ ଜଣ ପ୍ରାର୍ଥୀ ଓସିଏସ୍-୨୦୨୩ର ମୁଖ୍ୟ ପରୀକ୍ଷା ପାଇଁ ଚୟନିତ ହୋଇଛନ୍ତି। ତେବେ କେଉଁମାନେ ପ୍ରିଲିମ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଓପିଏସ୍ସିର ୱେବ୍ସାଇଟ୍ http://opsc.gov.in କୁ ଯାଇ ନିଜର ରୋଲନମ୍ବର ଦେଲେ ଫଳାଫଳ ଜାଣିପାରିବେ। ଓପିଏସ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି।