ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

 ଜାରକା: ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବଡ଼ କାଏମା ପଞ୍ଚାୟତ ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଗତି ବି ମଣ୍ଡଳ ସର୍ବୋଚ୍ଚ ୫୫୨ ନମ୍ବର ରଖି ବ୍ଲକରେ ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଦ୍ଧିତ କରିଛନ୍ତି ବିଦ୍ୟାଳୟ କର୍ତୁପକ୍ଷ । ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଶିକ୍ଷୟତ୍ରୀ ଓ ମୋ ସ୍କୁଲ୍ ଅଭିଯାନର ସଭାପତି ଓ ଅନ୍ୟ କାର୍ଯ୍ୟକାରୀ ସଦସ୍ୟ ତାଙ୍କ ଘର ପାଖରେ ପହଞ୍ଚି ସମ୍ବର୍ଦ୍ଧିିତ କରିଥିଲେ ।ଚଳିତ ବର୍ଷ ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟର ମୋଟ ୮୩ଜଣ ଛାତ୍ରୀ ଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ୮୨ଜଣ ପାସ କରିଛନ୍ତି । ସେଠୀ ମଧ୍ୟରୁ ଏ-୧ ଓ ଏ -୨ ରେ ଜଣେ ଲେଖାଏଁ ପିଲା ଉର୍ତିନି ହୋଇଥିବା ବେଳେ ବି -୧ରେ ଦୁଇ ଜଣ , ବି -୨ରେ ୭ ଜଣ, ସି ରେ ୧୬ ଜଣ , ଡି ରେ ୩୨ ଜଣ ଏବଂ ଇ ରେ ୨୩ ଜଣ ପିଲା ପାସ କରିଥିବା ବେଳେ ଜଣେ ଫେଲ ହୋଇଥିବା ସୂଚନା ମିଳିଛି । ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରାଜଶ୍ରୀ ପଣ୍ଡା, ଶିକ୍ଷକ ଅନିଲ ମହାରଣା, ଶିକ୍ଷକ ବିଜୟ କୁମାର ଦାସ , ଶିକ୍ଷୟିତ୍ରୀ ଗୀତା ମହାନ୍ତି, ଶିକ୍ଷୟତ୍ରୀ ଶୁଭ ସଙ୍ଗୀତ ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।