ମୃତୁ୍ୟ ଏମିତି ବି ଆସେ : ଅଧା ରହିଗଲା ଅଯୋଧ୍ୟା ଦର୍ଶନ

 ପଟ୍ଟାମୁଣ୍ଡାଇ: ମୃତୁ୍ୟ କେତେବେଳେ ଆସେ କେହି କହିପାରିବେ ନାହିଁ ଓ କଥାରେ ଅଛି ନିଶ୍ୱାସକୁ ବିଶ୍ୱାସ ନାହିଁ ଓ ସେ ଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବାଲିପଡା ଗ୍ରାମରେ ଘଟିଛି ଓ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବାହାରିଥିବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରୁ ହଠାତ ସ୍ତ୍ରୀଙ୍କ ମୃତୁ୍ୟ ଯୋଗୁଁ ଅଯୋଧ୍ୟା ଦର୍ଶନ ଅଧୁରା ରହିଯାଇଛି । ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବାଲିପଡା ଗ୍ରାମର ଜୟରାମ ନାୟକ ଓ ପନôୀ ବାସନ୍ତୀ ନାୟକଙ୍କୁ ଧରି ଅଯୋଧ୍ୟା ବାହାରି ଥିଲେ ଓ ଏକ ନିମ୍ନ ମଧ୍ୟବିତ ପରିବାରର ସ୍ୱଳ୍ପ ରୋଜଗାର ମଧ୍ୟରୁ ସ୍ୱାମୀ ସ୍ତ୍ରୀ ଅର୍ଥ ସଞ୍ଚୟ କରି ସେହି ଅର୍ଥରେ ଅଯୋଧ୍ୟା ଯିବାକୁ ଯୋଜନା କରିଥିଲେଓ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ଯାଇ ପ୍ରଭୁଙ୍କ ଦର୍ଶନ ପାଇଁ, ପଟ୍ଟାମୁଣ୍ଡାଇରୁ ବସ ରିଜର୍ଭ କରାଯାଇଥିଲା ଓ ଅଯୋଧ୍ୟା ଯିବା ପାଇଁ ସ୍ୱମୀ ସ୍ତ୍ରୀ ପ୍ରସ୍ତୁତ ହୋଇ ଘରୁ ବାହାରିଥିଲେ ଓ ଉଭୟ ସ୍ୱାମୀ ସ୍ତ୍ରୀ  ବସରେ ବସିଲା ପରେ ସ୍ତ୍ରୀ ହଠାତ ଅସୁସ୍ଥ ହୋଇପଡିଥିଲେ ଓ ତାଙ୍କୁ ତକ୍ରାଳ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଏଭଳି ଅବସ୍ଥାରେ ସ୍ତ୍ରୀ  ସ୍ୱାମୀଙ୍କୁ ଅଯୋଧ୍ୟା ଯିବା ପାଇଁ କହିଲେ ଓ ସ୍ୱାମୀ ପୁଅ ଓ ଝିଅଙ୍କୁ ସ୍ତ୍ରୀଙ୍କ ପାଖରେ ଛାଡି  ବସରେ ଅଯୋଧ୍ୟା ଅଭିମୁଖେ ବାହାରି ଗଲେ ।  ତେବେ ସ୍ୱାମୀ ଜୟରାମ ବାରିପଦାରେ ପହଞ୍ଚôବା ବେଳକୁ ଚିକିସôାଧୀନ ଅବସ୍ଥାରେ ସ୍ତ୍ରୀ  ବାସନ୍ତୀ (୫୭)ଙ୍କ ମୃତୁ୍ୟ ହୋଇଯାଇଥିଲା ।  ତେବେ ସ୍ତ୍ରୀ ବାସନ୍ତୀଙ୍କ ମୃତୁ୍ୟ ଖବର ପାଇ ସେହି ବୁଧବାର ରାତିରେ ସ୍ୱାମୀ ଜୟରାମ ଅଯୋଧ୍ୟା ଯାତ୍ରା ବାତିଲ କରି ବାରିପଦାରୁ ପଟ୍ଟାମୁଣ୍ଡାଇ ଫେରିଆସିଲେ ଓ ଗୁରୁବାର ଦିନ ପୁରୀ ସ୍ୱର୍ଗ ଦ୍ୱାର ନେଇ ବାସନ୍ତୀ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଏକ ମାତ୍ର ପୁତ୍ର ଭଗବାନ ନାୟକ ମୁଖଗ୍ନୀ ଦେଇ ଥିଲେ । ଏହି ଦୁଖଃଦ ଘଟଣାରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, କାଉନସିଲର ପ୍ରଶାନ୍ତ ବାରିକ, ପୂର୍ବତନ କାଉସିଲର କେଶବ ସେଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।