ପୁଲିସ ଉପରେ ଦୋଷ ଲଦିଲା ବିଜେପି

ପୁଲିସ ଉପରେ ଦୋଷ ଲଦିଲା ବିଜେପି

ଯଖପୁରା: ଶେଷ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ୭୨ ଘଣ୍ଟା ବାକିଅଛି । ସାଧାରଣ ଲୋକଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଉକôଣ୍ଠା ବଢ଼ିଚାଲିଛି । ନେତା ମାନଙ୍କର ପ୍ରଚାର ସରି ଆସୁଛି । ଏହାରି ଭିତରେ ଅନେକ ସ୍ଥାନରେ ନେତା କର୍ମୀଙ୍କୁ ସାଧାରଣ ଲୋକ ବିରୋଧ କରୁଥିବାର ନଜିର ଆସୁଛି । ଯାହାକୁ ନେଇ ପ୍ରତିପକ୍ଷ ମଧ୍ୟରେ ଆକ୍ଷେପ ଦେଖିବାକୁ ମିଳୁଛି । ଯାହାର କାରଣ ସାଜିଛି ଅଶାନ୍ତି । ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ମାଡ ପିଟ ଆରମ୍ଭ ହୋଇଛି । କେଉଁଠି ପୋଷ୍ଟର ଚିରାକୁ ନେଇ ଗଣ୍ଡ ଗୋଳ ହେଉଛି ତ କେଉଁଠି କମେଣ୍ଟ ମରାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୂଜୁଛି । ଯାହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । ପରସ୍ପର ପରସ୍ପର ଉପରେ ଦୋଷ ଲଦା ଲଦି ହୋଇ ଏହା ମଧ୍ୟକୁ ପ୍ରଶାସନ ଓ ସ୍ଥାନୀୟ ପୁଲିସକୁ ଟାଣୁଛନ୍ତି । ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ ସ୍ଥାନୀୟ ପୁଲିସ ଶାସକ ଦଳକୁ ସୁହାଇଲା ଭଳି କାମ କରୁଛି । ଏସପି ଠୁ ଆରମ୍ଭ କରି ସ୍ଥାନୀୟ ଥାନାର ଆଇଆଇସି ଶାସକ ଦଳର ହାତ ବାରିଶି ସାଜିଛନ୍ତି । ଫଳରେ ଶାସକ ଦଳରେ ଗୁଣ୍ଡାରଜ୍ କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାଯାଉ ନାହିଁ । ଆମର କର୍ମୀ ମାନଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଛି । ଏହାକୁ ନେଇ ଅଭିଯୋଗ କରିଲା ପରେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ସୁକିନ୍ଦାର ଅନେକ ସ୍ଥାନରେ ଶାସକ ଦଳ ପକ୍ଷରୁ ଆକ୍ରମଣ ହେଉଛି । ଜଖପୁରା, ଗୋବର୍ଦ୍ଧନପୁର, କରଡାପାଳ ଆଦି ସ୍ଥାନରେ ଦିନ ଦ୍ୱିପହର ଶାସକ ଦଳ ପକ୍ଷରୁ ଗଣ୍ଡଗୋଳ ହେଉଥିବାର ଅଭିଯୋଗ ଆଣିଛନ୍ତି ସୁକିନ୍ଦା ଯୁବ ବିଜେପି ସଭାପତି ବା ରାଜ୍ । ଯାହାକି ଦେଖି ବି ନଦେଖିଲା ପରି ବ୍ୟବହାର କରୁଛନ୍ତି ସ୍ଥାନୀୟ ପୁଲିସ । ସମସ୍ତ ଘଟଣା ପାଇଁ ପୁଲିସକୁ ଦାୟୀ କରିଛି ବିଜେପି । ଆଗାମୀ ଦିନରେ ଯଦି ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଜାଏ ତେବେ ରାଜ ରାସ୍ତାକୁ ଓହ୍ଲାଇବୁବୋଲି ଚେତାବନୀ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ନାୟକ, ହଳଧର ନାୟକ, ଲିଟୁ ଜେନା, ରାମ ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ ।