ଡାକ୍ତର ଥାଇବି କାମରେ ଆସୁନି ଦନ୍ତ ଚିକିତ୍ସା ବିଭାଗ
ସିଂହପୁର : ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ସ୍ୱାସ୍ଥ୍ୟସେବା ପାଇଁ ଗ୍ରାମାଂଚଳର ଲୋକେ ମୁଖ୍ୟତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ମାତ୍ର ବିଭାଗୀୟ ଅବହେଳାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ରୋଗୀ ସେବା ବିପର୍ଯ୍ୟସ୍ତ ହେଉଥିବାରୁ ଲୋକେ ନାହିଁନଥିବା ହଇରାଣ ହେଉଥିବା ଦେଖିବାକୁ ମିଳେ । ଏଭଳି ଏକ ଘଟଣା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ରପଦାରେ ପକାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବିଞ୍ଝାରପୁର ବ୍ଲକର ୨୯ପଂଚାୟତ ସମେତ ଆଳି, ପଟ୍ଟାମୁଣ୍ଡାଇ, ବରୀ ଓ ଦଶରଥପୁର ପ୍ରଭୂତି ବ୍ଲକ ଅଂଚଳର ନିକଟପାଟ ଲୋକେ ନିର୍ଭର କରିଥାନ୍ତି । ମାତ୍ର ଏଠାରେ ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ଖାଲି ପଡିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଯନ୍ତ୍ରାଶ ନଥିବା କାରଣରୁ ଡାକ୍ତର ମାନେ ଉତମସେବା ଯୋଗାଇପାରୁନାହାନ୍ତି । ଭେଷଜ, ଶିଶୁ, ଚକ୍ଷୁ, ସ୍ତ୍ରୀ ଓ ପ୍ରସୁତି,ସ୍ନାୟୁ, ଦନ୍ତ ଆଦି ଗୁରୁତ୍ୱ ପୁର୍ଣ୍ଣ ବିଭାଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା ବେଳେ କେଉଁ ବିଭାଗରେ ଡାକ୍ତର ନାହଁନ୍ତି ତ କେଉଁ ବିଭାଗରେ ଯନ୍ତ୍ରାଶ ଉପଲବ୍ଧ ନାହଁ । ଯାହାଫଳରେ ରୋଗୀଙ୍କୁ ସେବା ମିଳିବା କାଠିକର ବ୍ୟାପାର ହୋଇପଡ଼ିଛି । ଦନ୍ତ ବିଭାଗର ଡାକ୍ତର ଭାବେ ବୈକୁଣ୍ଠ ବେହେରା ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ଓପିଡିରେ କାର୍ଯ୍ୟ କରୁଥିବା ବେଳେ ଦନ୍ତ ବିଭାଗର ଓପିଡି ବନ୍ଦ ରହୁଛି । ଦନ୍ତ ଚିକିସôା ପାଇଁ ଆସୁଥିବା ରୋଗୀ ସାଧାରଣ ଓପିଡିରେ ଚିକିସôା ହେଉଥିଲେ ମଧ୍ୟ ସ୍ୱତନ୍ତ୍ର ଭାବେ ଦନ୍ତ ବିଭାଗରେ ଚିକିସôା ସୁବିଧା ପାଇପାରୁନାହଁନ୍ତି । ଦନ୍ତ ବିଭାଗର ଚିକିସôା ପାଇଁ ଆବଶ୍ୟକ ଯନ୍ତ୍ରାଶ ବିଞ୍ଝାରପୁରରେ ନଥିବା ସ୍ଥଳେ କେତେକ ନୂତନ ଯନ୍ତ୍ରାଶ ଯଦିଓ ସରକାର ଯୋଗାଇ ଦେଇଛନ୍ତି ମାତ୍ର ସେଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଓ ପରିଚାଳନା କରିବାର ବ୍ୟବସ୍ଥା କରାଯାଇନି । ଏହି କାରଣରୁ ସେସବୁ ଖତ ଖାଉଛି । ତେବେ ଏଥିନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ଯନ୍ତ୍ରାଶ ଗୁଡିକୁ କାର୍ଯ୍ୟକ୍ଷମ କରାଯାଇ ନୂତନ ଓପିଡି ଆସନ୍ତା ସପ୍ତାହ ମଧ୍ୟରେ ଖୋଲାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି । ଦେଖିବାର ଅଛି ଅଧିକାରୀଙ୍କ କଥା ସତ ହେଉଛି ନାଁ ନାହିଁ ।