ରମାଦେବୀଙ୍କ ୧୨୫ ତମ ଜୟନ୍ତୀ 

 ବରୀ: ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକ ତାଙ୍କ କର୍ମ ଓ ସାଧନା ପୀଠ ଗୋପବନ୍ଧୁ -ରମାଦେବୀ ଆଶ୍ରମ ଦୁଧେଇ ଠାରେ ପାଳିତ ହୋଇଛି । ଆଶ୍ରମ ସଭାପତି ଗୋକୁଳା ନନ୍ଦ ଦାସଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଶତାୟୁ ପୁରୁଷ ଗାନ୍ଧିବାଦୀ ପଦ୍ମଚରଣ ନାୟକ ଯୋଗଦେଇ ରମାଦେବୀଙ୍କ ବିଚାର ଓ କର୍ମ ଭୂମିକୁ ଆପଣେଇବାକୁ କହିଥିଲେ । ସମ୍ମାନିତ ଅତିଥି ରମାଦେବୀ ବିଶ୍ୱବିଦ୍ୟାଳୟ ପୂର୍ବତନ ପ୍ରଫେସର ପ୍ରିୟମ୍ବଦା ପଟ୍ଟନାୟକ, ଉକôଳ ବିଶ୍ୱବିଦ୍ୟାଳୟ ପ୍ରଫେସର ଅନୁସୟା ନାଥ, ସଂଗ୍ରାମୀ ନେତ୍ରୀ ଅପର୍ଣ୍ଣା ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମା ରମାଦେବୀଙ୍କ ନିଷ୍ଠାପର, କର୍ମ, କୁଶଲତା, ସରଳ, ଜୀବନ ଯାପନ, ନାରୀ ସମାଜକୁ ଆତ୍ମ ନିର୍ଭରଶିଳତାର ଆହ୍ୱାନ ଦେଇ ହିଂସା ମୁକ୍ତ, ନିଶା ମୁକ୍ତ, ସମାଜ ଗଠନ ଉପରେ ଗୁରୁତ୍ୱ ଦେଉଥିଲେ । ଅନୁଷ୍ଠାନ କାର୍ଯ୍ୟକାରୀ ସଭାପତି ଡ. ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମା ରମାଦେବୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଆଶ୍ରମର ସମ୍ପାଦକ ନିମାଇଁ ରାୟ ପ୍ରାରମ୍ଭିକ ବକ୍ତବ୍ୟରେ ଚଳିତ ୧୨୫ତମ ଜୟନ୍ତୀକୁ ରାଜ୍ୟ ସରକାର ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବରୀ ଅଞ୍ଚଳର ମହିଳା ପ୍ରତିଭାଙ୍କ ମଧ୍ୟରେ ଡ. ପ୍ରସନ୍ନ ନାୟକ, ମାଟ୍ରିକ ଟପର ଶ୍ରେୟଶ୍ରୀ ଜେନା, ଓଏଏସ୍ ପାଇଥିବା ଶୁଭ ଦର୍ଶନୀ ଦାସ, ଲେଖିକା କାଞ୍ଚନ ଜେନା, ଡାକ୍ତର ସତ୍ୟସୈମ୍ୟା ସାହୁ, ନର୍ସିଙ୍ଗ ଅଫିସର ଆରତୀ ତ୍ରିପାଠୀ, ଗାରିମା ମୟ ବରୀ ସଂକଳନ ଲାଗି ଡ. କାଞ୍ଚନ ବାଳା ସାମଲ, ଉର୍ମିଳା ସିଂ, ଯୋଥ ପରିବା ମୁଖ୍ୟ ଜ୍ୟୋସ୍ନାରାଣୀ ନାୟକ, ସମାଜସେବୀ ସବିତା ନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।  ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କୁଲମଣି ଶୁକ୍ଳ, ନାଟ୍ୟକାର ଅଭୟ ଶତପଥୀ, କାହ୍ନୁଚରଣ ବେଉରା, ଗଗନ ଜେନା, ରଶ୍ମି ଦାସ, ଅଧ୍ୟାପକ ପ୍ରଶାନ୍ତ ସାହୁ, ସୋମନାଥ ଦ୍ୱିବେଦୀ, ଗୁନ ଚରଣ ନାୟକ, କପିଳ ସାମଲ, ପଦ୍ମନାଭ ଜେନା, କୁଶଧ୍ୱଜ ସାମଲ, ଭୂପତି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦକ ନିମାଇଁ ରାୟ, ପ୍ରଭାସ ଚନ୍ଦ୍ର ଦାସ, ଦିଲୀପ ଦାସ, ସୀତାରାଣି ଦେଓ, ବନ୍ଦନା ସାମଲ ପରିଚାଳନା କରିଥିବାବେଳେ, ରମାକାନ୍ତ ମଣ୍ଡଳ ଧନ୍ୟବାଦ ଦେଇଥିଲେ ।ସେହିପରି ବରୀ ମାତୃମଙ୍ଗଳ କେନ୍ଦ୍ର ସେବାଘର ଠରେ ରମାଦେବୀ ଜୟନ୍ତୀ ପାଳିତ ହୋଇଛି । ଏଥିରେ ସାମ୍ବାଦିକ ହୃଷିକେଶ ଜେନା, ମାତୃମଙ୍ଗଳ କେନ୍ଦ୍ର ମୁଖ୍ୟ ପରିଚାଳିକା ଭାରତୀ ଘୋଷ, ସମାଜସେବୀ ବିଶ୍ୱ ନାଥ ତ୍ରିପାଠୀ ପ୍ରମୁଖ ଯୋଗଦେଇ ମା' ରମା ଦେବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯୋଗଦେଇଥିବା ଅତିଥି ବରୀ ଅଞ୍ଚଳରେ ରମାଦେବୀଙ୍କ ନୀତି ଆଦର୍ଶ ଓ ପ୍ରତିଭା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ଆଜିର ଯୁବ ପିଢ଼ି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତ ଦେଇଥିଲେ ।