ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା

ଆନନ୍ଦପୁର: ଚଳିତ ବର୍ଷ ଆନନ୍ଦପୁର ବ୍ଳକ ଅନ୍ତର୍ଗତ ୩୩ ଗୋଟି ହାଇସ୍କୁଲର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩ ଜଣ ଛାତ୍ରୀ ଏ୧ରେ ପାସ କରିଛନ୍ତି । କୃତକାର୍ଯ୍ୟ ଛାତ୍ରୀ ହେଲେ କଣ୍ଟିପାଳ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରୀ ଇତିଶ୍ରୀ ସାହୁ, ବେଲବାହାଳି ମା’ମଙ୍ଗଳା ବାଳିକା ହାଇସ୍କୁଲ ଛାତ୍ରୀ ଜ୍ୟୋତିର୍ମୟୀ ସାହୁ ଏବଂ ଧକୋଟା ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀ ସୁଭଦର୍ଶିନୀ ମହାନ୍ତ । ସଫଳତା ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଏବିଇଓ ହେମେନ୍ଦ୍ର ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଆନନ୍ଦପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଣିଜ୍ୟ ବିଭାଗରେ ଛାତ୍ର ସତ୍ୟ ପ୍ରକାଶ ଘଡେଇ ୪୩୭ ନମ୍ବର ରଖି ଟପର ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ବିଜ୍ଞାନରେ ଛାତ୍ର ଅମିତ କୁମାର ଦାସ ୪୨୭ ନମ୍ବର ରଖି ଟପର ହୋଇଛନ୍ତି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି କଳା ବିଭାଗରେ ଛାତ୍ର ସୁଧାଂଶୁ ବରାଳ ୪୮୬ନମ୍ବର ରଖି ଟପର ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୧ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୫ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୧୫ ଜଣ କୃତକାର୍ଯ୍ୟ ହୋଇଛନ୍ତି ।