ବଳରାମପୁରରେ କାୟା ମେଲାଇଛି କିଡ୍ନୀ ରୋଗ
କବାଟବନ୍ଧ : ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ବଳରାମପୁରରେ କାୟା ମେଲାଇଛି କିଡ୍ନୀ । କିଡ୍ନୀ ଏଭଳି ଭାବେ କାୟା ମେଲାଇଛି ଯେ ତାଳଜଙ୍ଗ ପଞ୍ଚାୟତର ଗାଁ ଗାଁରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଭାୟାନକ ରୋଗ କବଳିତ ହୋଇ ଅକାଳରେ ଜୀବନ ଯାଉଛି ତ କିଏ ରୋଗ ଶଯ୍ୟାରେ ପଡ଼ି ରୋଗ ସହ ସଂଘର୍ଷ କରି ଦିନ ଗଣୁଛି । କେଉଁ କାରଣରୁ ଏହି ମାରାତ୍ମକ ରୋଗ ବ୍ୟାପୁଛି ଓ ଏହାର ନିୟନ୍ତ୍ରଣ ଦିଗରେ କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଇ ନଥିବାରୁ ଲୋକ ଭୟବିତ ଏବଂ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅନେକ ରୋଗୀ ଏହି ଗ୍ରାମ ସହିତ ପଞ୍ଚାୟତର ପାର୍ଶ୍ୱବର୍ତ୍ତୀ ଗ୍ରାମରେ ଅନେକ କିଡୀନ ରୋଗୀଙ୍କର ଜୀବନଯିବା ସହିତ ଅନେକ କଟକ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ଗ୍ରାମମାନଙ୍କରେ ଗରିବ ଶ୍ରେଣୀର ବୋଲି କୁହାଯାଇପାରେ । ଚାଷ, ମୂଲ ମଜୁରୀ ଲାଗିଲେ ଏମାଙ୍କର ଚୁଲି ଜଳେ । ବଳରାମପୁର ତାଳଜଙ୍ଗ ୪ନଂ ୱାର୍ଡରେ ୩ଜଣ, ୫ୱାର୍ଡରେ ୬ଜଣରୁ ଊର୍ଦ୍ଧ ଏବଂ ତାଳଜଙ୍ଗ ପଞ୍ଚାୟତର ବଳରାମପୁରଗଡ଼ ଗ୍ରାମରେ ଏକ ବର୍ଷ ଭିତରେ ପାଞ୍ଚରୁ ଊର୍ଦ୍ଧ ମୃତୁ୍ୟବରଣ କରିଥିବା ସ୍ଥଳେ ୨-୩ଜଣ ଚିକିତ୍ସାଧିନ ରହିଥିବା ଗ୍ରାମବାସୀଙ୍କ ପକ୍ଷରୁ ଜାଣିବାକୁ ମିଳିଛି । ପୂର୍ବରୁ କୀଡ୍ନୀ ରୋଗରେ ରାମପୁର କଇଥା, ତାଳଜଙ୍ଗ, ବଳରାମପୁରଗଡ଼ ଗ୍ରାମର କିଛି ଲୋକ ଅର୍ଥ ଅଭାବରୁ ଚିକିତ୍ସା କରିନପାରି ମୃତୁ୍ୟବରଣ କରିଥିବା ଅଭିଯୋଗ ଆସିଛି । କିଏ ସ୍ୱାମୀକୁ ହରାଇଛିତ କିଏ