ଧରଣୀଧର ମହାବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ  : ଧୃତିପି୍ରୟା ସାହୁ ଶ୍ରେଷ୍ଠ ଗ୍ରାଜୁଏଟ୍

 କେନ୍ଦୁଝର  : ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ, ବିବିଏ ଓ ବିସିଏ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ଯୁକ୍ତ ୩ ରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ଶତକଡା ୮୯.୭୪ ପ୍ରତିଶତ ଫଳାଫଳ ହୋଇଥିବାବେଳେ କଳାରେ ୮୭.୮୫ ପ୍ରତିଶତ,ବିଜ୍ଞାନରେ ୯୩.୬୯ ପ୍ରତିଶତ, ବାଣିଜ୍ୟରେ ୯୦.୩୮ ପ୍ରତିଶତ ରେଜଲ୍ଟ ହୋଇଛି । +୩ କଳାରେ ୩୧୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭୫ ଜଣ, ବିଜ୍ଞାନରେ ୨୨୨ ଜଣଙ୍କ ମଧ୍ୟରୁ ୨୦୮ ଜଣ, ବାଣିଜ୍ୟରେ ୧୫୬ ଜଣଙ୍କ ମଧ୍ୟରୁ ୧୪୧ ଜଣ ପାସ୍ କରିଛନ୍ତି । ସେଲଫ୍ ଫାଇନାନ୍ସ ବିବିଏ ଅନର୍ସରେ ୪୫ ଜଣଙ୍କ ମଧ୍ୟରୁ ୩୬ ଜଣ ପାସ୍ କରିଛନ୍ତି । ମହାବିଦ୍ୟାଳୟର +୩ ପରୀକ୍ଷାରେ ୭୪୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୬୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତବର୍ଷ ଯୁକ୍ତ ୩ ଭୂତତ୍ୱ ବିଜ୍ଞାନ ସମ୍ମାନରେ ଧୃତିପି୍ରୟା ସାହୁ ମୋଟ ୨୭୫୦ ନମ୍ବରରୁ ୨୪୮୬ ନମ୍ବର ରଖି ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଶ୍ରେଷ୍ଠ ଗ୍ରାଜୁଏଟ୍ ବିବେଚିତ ହୋଇଛନ୍ତି । ବିଜ୍ଞାନରେ ଧୃତିପି୍ରୟା ସାହୁ ୨୭୫୦ ନମ୍ବରରୁ ୨୪୮୬ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହିଭଳି କଳାରେ ସ୍ୱୟଂସ୍ମିତା ପଣ୍ଡା ୨୭୫୦ ନମ୍ବରରୁ ୨୨୩୦ ନମ୍ବର ରଖି ଯୁକ୍ତ ୩ କଳାରେ ଟପ୍ପର ହୋଇଥିବାବେଳେ ବାଣିଜ୍ୟ ବିଭାଗରେ ପି୍ରୟଙ୍କା ରାଉତ ୨୭୫୦ ରୁ ୨୨୭୮ ନମ୍ବର ରଖି ଟପ୍ପର ହୋଇଛନ୍ତି । ନୃତତ୍ତ୍ୱ ଅନର୍ସରେ ଶୁଭମଲାଲ ସୋଙ୍କାର ୧୪୦୦ ରୁ ୧୧୭୩ ନମ୍ବର ରଖି ପ୍ରଥମ ହୋଇଛନ୍ତି । ସେହିପରି ଅର୍ଥନୀତି ସମ୍ମାନରେ ଆଶିଷ କୁମାର ବାରିକ ୧୧୫୪ ନମ୍ବର, ଇଂରାଜୀ ସମ୍ମାନରେ ସ୍ୱୟଂସ୍ମିତା ପଣ୍ଡା ୧୧୩୩ ନମ୍ବର, ଇତିହାସ ସମ୍ମାନରେ ଭାଗ୍ୟଶ୍ରୀ ଥାପ୍ପା ୧୧୮୧ ନମ୍ବର, ଗଣିତ ସମ୍ମାନ (କଳା) ରେ ଜ୍ୟୋତିପି୍ରୟା ନାୟକ ୮୦୫ ନମ୍ବର, ଓଡିଆ ସମ୍ମାନରେ ତନିସ୍ତା ସାହୁ ୧୧୪୮ ନମ୍ବର, ଦର୍ଶନଶାସ୍ତ୍ର ସମ୍ମାନରେ ଦୀପାଳି ଲେଙ୍କା୧୦୨୪ ନମ୍ବର, ରାଜନୀତି ବିଜ୍ଞାନରେ ପୂଜାରାଣୀ ନନ୍ଦ ୧୦୯୩ ନମ୍ବର, ସଂସ୍କୃତ ସମ୍ମାନରେ ନମିତା ମହାନ୍ତ ୧୧୩୬ ନମ୍ବର, ସମାଜ ବିଜ୍ଞାନରେ ଋତୁପର୍ଣ୍ଣା ମାହୁନ୍ତ ୧୧୩୧ ନମ୍ବର, ଏବଂ ଶିକ୍ଷା ଶାସ୍ତ୍ରରେ ସୁଦେଶ୍ନା ନାଏକ ୧୧୩୩ ନମ୍ବର ରଖି ପ୍ରଥମ ହୋଇଛନ୍ତି । ସେହିପରି ଉଦ୍ଭିଦ ବିଜ୍ଞାନ ସମ୍ମାନରେ ବିଶ୍ୱଜିତ ଦାସ ୧୨୫୬ ନମ୍ବର ରଖି ପ୍ରଥମ ହୋଇଥିବାବେଳେ ରସାୟନ ବିଜ୍ଞାନରେ ସୁଚରିତା ମହାନ୍ତ ୧୨୪୪ ନମ୍ବର, କମ୍ପୁ୍ୟଟର ବିଜ୍ଞାନରେ ବିସ୍ମୟ କୁମାର ନାୟକ ୧୨୫୨ ନମ୍ବର, ଭୂତତ୍ତ୍ୱ ସମ୍ମାନର ଧୃତିପି୍ରୟା ସାହୁ ୧୨୯୪ ନମ୍ବର, ଗଣିତ ସମ୍ମାନରେ ହେମାନନ୍ଦ ପ୍ରଧାନ ୧୨୧୬ ନମ୍ବର, ପଦାର୍ଥ ବିଜ୍ଞାନ ସମ୍ମାନରେ ଲିପ୍ସା ପ୍ରିୟଦର୍ଶିନୀ ମହାନ୍ତ ୧୨୬୩ ନମ୍ବର, ପ୍ରାଣୀ ବିଜ୍ଞାନ ସମ୍ମାନରେ ସୁଚିସ୍ମିତା ସାହୁ ୧୪୦୦ ରୁ ୧୨୮୭ ନମ୍ବର ରଖି ପ୍ରଥମ ହୋଇଛନ୍ତି । ବାଣିଜ୍ୟ ବିଭାଗ ସମ୍ମାନରେ ଅଙ୍କିତା ସାହୁ ୧୧୪୭ ନମ୍ବର ରଖି ପ୍ରଥମ ହୋଇଛନ୍ତି ବୋଲି ଧରଣୀଧର ବିଶ୍ୱ ବିଦ୍ୟାଳୟର ଓଏସ୍ଡି ତଥା କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ପଣ୍ଡା ଏବଂ ଉପ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ରୁଦ୍ରକାନ୍ତ ମାଝୀ ସୂଚନା ଦେଇଛନ୍ତି ।