ଆଦର୍ଶ ପ୍ରଧାନ ଶିକ୍ଷକ ତୀର୍ଥାନନ୍ଦ ସେଠୀ ସମ୍ବର୍ଦ୍ଧିତ 

କେନ୍ଦୁଝର :  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଏସ୍ଏସ୍ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧନା ଶିକ୍ଷକ ତୀର୍ଥାନନ୍ଦ ସେଠୀ ଆଦର୍ଶ ଶିକ୍ଷକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ରୋଟାରୀ କ୍ଲବ ଭୁବନେଶ୍ୱର ଆନୁକୂଲ୍ୟରେ ବିଲଡର ପୁରସ୍କାର ପାଇଁ ରାଜ୍ୟର ମୋଟ ୪୩ ଜଣ ଆଦର୍ଶ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭୁବନେଶ୍ୱର ରୋଟାରୀ କ୍ଲବ(ନିଳାଦ୍ରୀ) ସଭାପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଆଦର୍ଶ ଶିକ୍ଷକ ଭାବେ ପ୍ରଧାନ ଶିକ୍ଷକ ତୀର୍ଥାନନ୍ଦ ସେଠୀଙ୍କୁ ମେଡାଲ, ସାଲ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଆଦର୍ଶ ଶିକ୍ଷକ ଶ୍ରୀ ସେଠୀ ପରିବେଶ ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟ କରି ଆସୁଛନ୍ତି । ବିଦ୍ୟାଳୟ ଏବଂ ବିଦ୍ୟାଳୟ ବାହାରେ ବନୀକରଣ, ବିଦ୍ୟାଳୟକୁ ସଫାସୁତୁରା ରଖିବା, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ମୂଳକ ଶିକ୍ଷାଦାନ ଏବଂ ବିଭିନ୍ନ ପ୍ରତିଯୋଗୀତା କରି ଉତ୍ତମ ମେଧାବୀ ଛାତ୍ରଛାତ୍ରୀ ଗଢି ତୋଳିବାରେ ସହାୟକ ହେଉଛି । ଏହି ସମ୍ମାନ ପାଇଁ ଏହି ବିଭାଗର ଶିକ୍ଷକ, ଶିକ୍ଷୟିତ୍ରୀମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି  ।