ଅଭିଯୋଗ ଶୁଣାଣି ଶିବିର  

ଭଦ୍ରକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା, ସରୋଜ କୁମାର ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ପ୍ରଜ୍ଞା ହୋତା, ସାଗରିକା ସାହୁ, ଜ୍ଞାନରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ଆଜିର ଜନ ଶୁଣାଣି ଶିବିରରେ ମୋଟ ୧୪୪ଟି ଆବେଦନ ପତ୍ର ଦାଖଲ ହୋଇଥିବାବେଳେ ସେଥି ମଧ୍ୟରୁ ୧୧୩ଟି ବ୍ୟକ୍ତିଗତ ରହିଥିବା୨୩ ଟି ସାମୂହିକ ଥିଲା ।  ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୬ ଜଣଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠି ୨ଜଣଙ୍କୁ ଅନୁଦାନ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।