ଜେଲ ଫେରନ୍ତାଙ୍କୁ ରେଭେନ୍ସା କ୍ୟାମ୍ପସରେ ବାଣ ଫୁଟାଇ ସ୍ବାଗତ
ଜେଲ ଫେରନ୍ତାଙ୍କୁ ବାଣ ଫୁଟାଇ ସ୍ୱାଗତ । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗତକାଲି ବିଲମ୍ୱିତ ରାତିରେ ୟୁନିର୍ଭସିଟି କ୍ୟାମ୍ପସରେ ଜେଲ ଫେରନ୍ତା ଛାତ୍ର ନେତାଙ୍କୁ ଏଭଳି ଢଙ୍ଗରେ ସ୍ୱାଗତ କରିଛନ୍ତି ସମର୍ଥକ ଛାତ୍ର । କ୍ୟାମ୍ପସରେ ବାଣ ଫୁଟାଇ ସେଲିବ୍ରେସନ କରିବା ଉପରେ କଟକଣା ରହିଛି । କ୍ୟାମ୍ପସରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଏସବୁ ଚାଲିଥିଲେ ମଧ୍ୟ ସମର୍ଥକ ଛାତ୍ର ବାଣ ଫୁଟାଇବାରୁ କେହି ବାରଣ କରିନଥିଲେ । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ କ୍ୟାମ୍ପସରେ ଜଣେ ଛାତ୍ରଙ୍କୁ ମାଡ଼ ମାରି ଜେଲ ଯାଇଥିଲେ ଛାତ୍ର ନେତା । ଆଉ ଜାମିନରେ ଜେଲରୁ ମୁକୁଳିବା ପରେ ତାଙ୍କୁ ସ୍ୱାଗତ ପାଇଁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଏଭଳି ଆୟୋଜନ ଦେଖିବାକୁ ମିଳିଥିଲା ।