ବିଚ୍ ରାସ୍ତାରେ ଯୁବତୀଙ୍କ ଓଢ଼ଣୀ ଟଣାଓଟରା : ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର: ବିଚ୍ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ। କିଛି ଯୁବକ ଯୁବତୀଙ୍କ ଓଢ଼ଣୀ ଟାଣିବା ସହ ଟଣାଓଟରା କରୁଥିବା ସିସିଟିଭିରେ କଏଦ୍ ହୋଇଛି। ରାଜଧାନୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯୁବତୀ ଜଣଙ୍କ ସକାଳୁ ଅଫିସ ଯାଉଥିବା ସମୟରେ କିଛି ଯୁବକ ତାଙ୍କ ଓଢ଼ଣୀ ଟାଣିବା ସହ ଟଣାଓଟରା କରୁଥିବା ଅଭିଯୋଗ ହୋଇଛି। ସିସିଟିଭିରେଏହି ଦୃଶ୍ୟ କଏଦ୍ ହେଲା ପରେ ପୋଲିସ ତଦନ୍ତ ଜାରି ରଖିଛି।