ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରଫେସର ପ୍ରଫୁଲ୍ଲ କୁମାର ସ୍ୱାଇଁ ସମ୍ମାନିତ

 ଭୁବନେଶ୍ୱର: ଇଣ୍ଡିଆନ ସୋସାଇଟି ଫର ମେଡିକାଲ ଷ୍ଟାଟିଷ୍ଟିକ୍ସର ୪୨ ତମ ବାର୍ଷିକ ସମ୍ମିଳନୀ ବାରାଣସୀର ବନାରସ ହିନ୍ଦୁ ବିଶ୍ୱିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକôଳ ବିଶ୍ୱବିଦ୍ୟାଳୟ ପରିସଂଖ୍ୟାନ ବିଭାଗର ପ୍ରଫେସର ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଛି । ପ୍ରଫେସର ଶ୍ରୀ ସ୍ୱାଇଁଙ୍କ ମେଡିକାଲ ଷ୍ଟାଟିଷ୍ଟିକ୍ସରେ  ଉଚ୍ଚ ÿକୋଟିର ଗବେଷଣା ପାଇଁ ଜଣାଶୁଣା ପ୍ରଫେସର୍ ସି ଏମ ପାଣ୍ଡେ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଫେସର୍ ଶ୍ରୀ ସ୍ୱାଇଁ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଓ ଯୁବ ପରିସଂଖ୍ୟାନବିତ୍ ଭାବେ ଖୁବ୍ ଜଣାଶୁଣା । ଏହି ଖବର ଜଣାପଡିବା ପରେ ବାଣୀବିହାର ଅଧ୍ୟୟନ ମଣ୍ଡଳୀ, ଛାତ୍ରଛାତ୍ରୀ,  ଅଧିକାରୀଙ୍କ ମଧ୍ୟରେ  ଖୁସିର ଲହରି ଖେଳିଯାଇଛି । ତାଙ୍କର ଏହି କୃତି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।