ଦୟାନଦୀର ଦୂଷିତ ପାଣି ପିଇ ମୃତ୍ୟୁ ଅଭିଯୋଗ

ଦୟାନଦୀର ଦୂଷିତ ପାଣି ପିଇ ମୃତ୍ୟୁ ଅଭିଯୋଗ

ଦୟା ନଦୀର ଦୂଷିତ ଜଳ ବ୍ୟବହାର କରି ଲୋକଙ୍କ ମୃତ୍ୟୁ ପ୍ରସଙ୍ଗରେ ଆଜି ହାଜର ହେବେ ଅଧିକାରୀ । ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ହାଜର ହେବେ ସ୍ୱାସ୍ଥ୍ୟ ସଚିବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, ଜଳସମ୍ପଦ ବିଭାଗ ସଚିବ ଓ ପୁରୀ ଜିଲ୍ଲାପାଳ ।ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଦୂଷିତ ପାଣି ବ୍ୟବହାର କରି ଲୋକଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ଆଣିଥିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂଙ୍କ ସମେତ କଣାସର ମୃତ ୭ ପରିବାର ଲୋକଙ୍କୁ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା । ହେଲେ କୌଣସି ଅଧିକାରୀ ହାଜର ନହେବାରୁ ଆଜି ପୁଣି ଥରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।