ୱେଭ୍ସ ୨୦୨୫ ଏକ ନିଆରା ମୁହୁର୍ତ୍ତ
ଭୁବନେଶ୍ୱର : ଗତ ମଇ୧ରୁ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇସ୍ଥିତ ଜିଓ ୱାର୍ଲ୍ଡ କନଭେନ୍ସନ ସେଣ୍ଟରରେ ଆୟୋଜନ ହୋଇଥିବା ବିଶ୍ୱ ଦୃଶ୍ୟ-ଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ଏକ ନିଆରା ଅନୁଭୂତି ଆଣିଦେଇଛି ବୋଲି ଚଳଚ୍ଚିତ୍ର ପ୍ରଯୋଜକ ତଥା ନିଦେ୍ର୍ଦଶକ ଅଜୟ କୁମାର ମହାନ୍ତି କହିଛନ୍ତି । ମହାନ୍ତି କହିଛନ୍ତି, କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମ୍ମିଳନୀରେ ଯୋଗ ଦେବାକୁ ମନୋନିତ କରାଯାଇଥିଲା । ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱେଭ୍ସ-୨୦୨୫କୁ ଉଦଘାଟନ କରିଥିଲେ । ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହାରାଷ୍ଟ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ସିନେମା ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ ହେମାମାଳିନୀ, ଅକ୍ଷୟ କୁମାର, ଅନୁପମ ଖେର, ଅନିଲ କପୁର, ରଣବୀର କପୁରଙ୍କ ଉପସ୍ଥିତି ସହିତ ୮୦ରୁ ଅଧିକ ଦେଶରୁ ବହୁ ଅତିଥି ଗଣ ଯୋଗଦେଇଥିଲେ । ସମସ୍ତେ ବସି ଗୋଟିଏ ମଞ୍ଚରେ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ କ୍ଷେତ୍ର ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱସ୍ତରୀୟ ପ୍ରଯୋଜକ ଓ ନିଦେ୍ର୍ଦଶକମାନଙ୍କ ଠାରୁ ନୂଆ ପ୍ରଯୁକ୍ତି ବିଷୟରେ ଅନେକ କଥା ହେବା ଜାଣିବାକୁ ମିଳିଲା । ତିନି ଦିନରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର, ଅଭିନେତ୍ରୀ ଶ୍ରଦ୍ଧା କପୁର, ସୁପରଷ୍ଟାର୍ ଶାହରୁଖ ଖାଁ, ଅଭିନେତ୍ରୀ ଦୀପିକା ପାଦୁକନ୍, କରୀନା କପୁର, ଅଭିନେତା ସୈଫ୍ ଅଲ୍ଲୀ ଖାଁ ପ୍ରମୁଖ ଯୋଗ ଦେଇ ବିଶେଷ କରି ସିନେମା ଉପରେ ଚର୍ଚ୍ଚା କରିବା ଥିଲା ସମ୍ପୂର୍ଣ୍ଣ ନିଆରା । ଏଭଳି ଏକ ମଞ୍ଚରେ ସୁଯୋଗ ମିଳିଥିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡିଶାର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।