ଜନତାଙ୍କ ପାଇଁ ମରଣଯନ୍ତା ପାଲଟିଛି ଚାରିଛକ ରାସ୍ତା

ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳରେ ସବୁବେଳେ ଗାଡ଼ି ଘୋଡ଼ା ଯାଆ ଆସ କରୁଛି । ସାଧାରଣ ଲୋକ ଠାରୁ ଆରମ୍ଭ କରି ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀଙ୍କ ଅହ ରହ ଯିବା ଆସିବା ଲାଗିରହିଥାଏ । କଥାରେ ଅଛି ରାସ୍ତା ଘାଟକୁ ଦେଖି ସେ ଅଞ୍ଚଳ କେତେ ବିକଶିତ ତାହା ଜଣାପଡ଼ିଯାଏ । ଶିଳ୍ପାଞ୍ଚଳରେ ପ୍ରତ୍ୟେକ ଦିନ ଅନେକ ଗାଡ଼ି ବିଭିନ୍ନ କାରଖାନାକୁ କଞ୍ଚାମାଲ ଆଣି ଆସିଥାନ୍ତି । ଛୋଟ ଛୋଟ ଗାଡ଼ି ଠାରୁ ବଡ଼ ବଡ଼ ଗାଡ଼ି ସବୁ ଶିଳ୍ପାଞ୍ଚଳକୁ ଆସିଥାନ୍ତି । ପଥଚାରୀଙ୍କ ସବୁବେଳେ ଯିବା ଆସିବା ଲାଗିରହେ । ମାତ୍ର ସେହି ରାସ୍ତା ଯଦି ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟି ମୂଲ୍ୟବାନ ଜୀବନ ନଷ୍ଟ ହେବ ସେଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠେ । ସେହିପରି ରାସ୍ତା ଦେଖିବାକୁ ମିଳୁଛି ଶିଳ୍ପାଞ୍ଚଳ ପାଦଦେଶ ଅଥବା ଦାନଗଦୀ ବ୍ଲକ୍ ଅଧୀନସ୍ଥ ମାଣତୀରା ପଞ୍ଚାୟତର ଦଶମାଣିଆ ଗ୍ରାମ ନିକଟରେ । ଦଶମାଣିଆ ମୌଜାରେ ପ୍ରାୟ ତିନି ତିନୋଟି କାରଖାନା ଗଢିଉଠିଛି । ସବୁ ଦିନ ଅନେକ ଗାଡ଼ି ଘୋଡ଼ା କାରଖାନା ସବୁକୁ ଆସିଥାନ୍ତି । ଦାନଗଦୀର ମିଲିଟାରୀ ଛକ ଠାରୁ ଆରମ୍ଭ କରି ପଙ୍କପାଳ ବଙ୍ଗଳା ଛକ ପର୍ଯ୍ୟନ୍ତ ଲମ୍ବିଥିବା ବିଜୁ ମାର୍ଗ ଓ ରାବଣା ଛକ ଠାରୁ ଆରମ୍ଭ ହୋଇ ବିଆରପିଏଲ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଗୋପବନ୍ଧୁ ମାର୍ଗ ଅନେକ କଳକାରଖାନା ଓ ଗାଁ, ବଜାର ସହିତ ସଂଲଗ୍ନ ଏହି ରାସ୍ତା । ରାସ୍ତାଟି ସର୍ବଦା ବ୍ୟସ୍ତ ବହୁଳ ରହୁଛି । ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡି ଗାଡ଼ି ଯିବା ଆସିବା କରିଥାନ୍ତି । ସେହିପରି ଏହି ରାସ୍ତା ଉପରେ ସ୍ଥାନୀୟ ୮-୧୦ଟି ପଞ୍ଚାୟତର କୋଡ଼ିଏରୁ ୩୦ହଜାର ଲୋକ ନିର୍ଭର କରନ୍ତି । ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ଅନେକ ଲୋକ ବିଭିନ୍ନ କାରଖାନାକୁ କାର୍ଯ୍ୟ କରିବାକୁ ଯାଇଥାନ୍ତି । ନିକଟସ୍ଥ ମାଣତୀରା କଲେଜ କୁ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇଯିବା ଆସିବା କରୁଛନ୍ତି । ମାତ୍ର ଯେଉଁ ରାସ୍ତା ଦେଇ ଏତେ ସବୁ ଲୋକ ଯିବା ଆସିବା କରନ୍ତି ସେ ରାସ୍ତାର ଅବସ୍ଥାଅତି ସଙ୍କଟାପନ୍ନ ଅବସ୍ଥାରେ ପଡ଼ିରହିଛି । ରାସ୍ତା ସାରା ଖାଲ ଖମାରରେ ପୂର୍ଣ୍ଣ । ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଗୋପବନ୍ଧୁ ମାର୍ଗ ଓ ବିଜୁ ମାର୍ଗର ରାସ୍ତା ଉଭୟ ଉଭୟକୁ ଅତିକ୍ରମ କରିଥିବା ଦଶମାଣିଆର ଚାରି ଛକର ରାସ୍ତାର ଅବସ୍ଥା । ରାସ୍ତାକୁ ଦେଖିଲେ ଲାଗିବ ଯେମିତି କେଉଁଠି ନା କେଉଁଠି ମରଣକୁ ଅନାଇ ବସିଛି । ଚାରି ଛକର ରାସ୍ତାଟି ଅତି ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି । ନିକଟରେ ଏକ ତେଲ ଟାଙ୍କି ରହିଛି । ଯେହେତୁ ଚାରି ଛକ ନିକଟରେ ପେଟ୍ରୋଲ ପମ୍ପ ରହିଛି ବଡ଼ବଡ ଗାଡ଼ିର ସବୁ ଲମ୍ବା ଧାଡ଼ି ଲାଗୁଛି । ଏହି ରାସ୍ତା ଦେଇ ଅଥବା ଚାରି ଛକର ରାସ୍ତା ମଧ୍ୟ ଦେଇ ସାଧାରଣ ଲୋକ ତାଙ୍କ ମୋଟସାଇକେଲରେ ତେଲ ଭରିବାକୁ ପେଟ୍ରୋଲ ପମ୍ପକୁ ଯାଇଥାନ୍ତି । ସେହିପରି ଏହି ଚାରିଛକ ରାସ୍ତାଦେଇ ମୈଥାନ, ୟାଜଦାନ୍ି, ସାଗର, ରୋହିତ, ଟାଟା, ଜିନ୍ଦଲ ଆଦି କାରଖାନାକୁ ଏହି ରାସ୍ତା ଦେଇ ଗାଡ଼ି ସବୁ ଯିବା ଆସିବା କରିଥାନ୍ତି । ଏହି ଗୋପବନ୍ଧୁ ମାର୍ଗର ରାସ୍ତା ସବୁ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ରାସ୍ତାର ଅନେକ ସ୍ଥାନରେ ବଡ଼ବଡ ଖାଲ ରହିଛି । ରାସ୍ତାରେ ଗଲା ସମୟରେ ପଥଚାରୀ ନିଜର ଜୀବନକୁ ବାଜି ଲଗାଇ ଯାଇଥାନ୍ତି । ଯିବା ସମୟରେ ପ୍ରତ୍ୟେକ ମୁହୂର୍ତରେ ବିପଦ ରହୁଛି । କୌଣସି ସମୟରେ ଦୁର୍ଘଟଣା ହେବାର ସମ୍ଭାବନାକୁ ଆଡେଇ ଦେଇ ହେବନାହିଁ । ଅନେକ ସମୟରେ ମଧ୍ୟ ରାସ୍ତାର ଏଅବସ୍ଥା ପାଇଁ ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଛି । ଜୀବନଗଲା ପରେ ସ୍ଥାନୀୟ ଅଂଚଳର ଲୋକମାନେ ରାସ୍ତାର ଅବସ୍ଥାକୁ ଦାୟୀ କରି ଧାରଣା ବସିଥିବାର ନଜିର ଅଛି । ସେହି ସମୟରେ ପ୍ରଶାସନ ଯେନତେନ ପ୍ରକାରେ ଲୋକମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଧାରଣାକୁ ଟାଳିବାରେ ସକ୍ଷମ ହୁଅନ୍ତି । ରାସ୍ତାକୁ ସମ୍ପୂର୍ଣ୍ଣ ମରାମତି କରାଯିବ ବୋଲି କହି ପ୍ରତିଶ୍ରୁତି ଦିଅନ୍ତି । ମାତ୍ର ଦିନବିତିଲା ପରେ ପୁଣି ଜେସାକୁ ତେସା । ରାସ୍ତାର ଅବସ୍ଥାରେ ଉନ୍ନତି ଆସେ ନାହିଁ । ପୁଣି ରାସ୍ତା ଆହୁରି ଖରାପ ହୋଇଥାଏ । ଏହିରାସ୍ତା ଯେହେତୁ ଅନେକ କାରଖାନାକୁ ସଂଲଗ୍ନ ହୋଇଛି ଆଉ କାରଖାନା ପାଇଁ ଉଦ୍ଧିଷ୍ଟ ତେଣୁ ରାସ୍ତାର ମରାମତି ଦାଇତ୍ୱ ଜେସିଡିଏଲ ସଂସ୍ଥାକୁ ଦିଆଯାଇଥିଲା । ମାତ୍ରତାହା ପରବର୍ତ୍ତୀ ଅବସ୍ଥାରେ ରାସ୍ତାର ଦାଇତ୍ୱକୁ ଇଡକୋକୁ ଦିଆଯାଇଛି ବୋଲି ଜେସିଡିଏଲ ଅଧିକାରୀ କହିଛନ୍ତି । ଆମର ପ୍ରତିନିଧି ଏରାସ୍ତାର ଅବସ୍ଥା କାହିଁ ଠିକ୍ କରାଯାଉ ନାହିଁ ବୋଲି ପଚାରନ୍ତେ ସେ ଇଡକୋ ଉପରେ ଦୋଷ ଦେଇ ଚୁପ୍ ବସିଛନ୍ତି । ଠିକ୍ ସେହିପରି ଇଡକୋ ଅଧିକାରୀଙ୍କ ସମାନ ପ୍ରଶ୍ନକୁ ସମାନ ଉତର । ରାସ୍ତା ଠିକ୍ ହୋଇଯିବ । ମାତ୍ର ରାସ୍ତା ଅବସ୍ଥାରେ କୌଣସି ସୁଧାର ଆସିବାରେ ନାହିଁ । ଇଡକୋ ଅଧିକାରୀଙ୍କ କଥା ନକହିବା ଭଲ । ଇଡକୋ ଅଧିକାରୀ କାହାରି କଥା ଶୁଣିବାର ନାହିଁ । ସେଯାହା ହେଉ ଯାହାର ବି ଦାଇତ୍ୱ ଥାଉ ନା କାହିଁକି ଯଥା ଶୀଘ୍ର ରାସ୍ତାର ମରାମତି କରି ତାକୁ ଠିକ୍ କରା ନଗଲେ ଆଗାମୀ ଦିନରେ ଦୁର୍ଘଟଣା ଘଟି ଅନେକ ଜୀବନ ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।