ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ 

 ଧର୍ମଶାଳା : ଜାରକା ଠାରେ ବନ ବିଭାଗ ପକ୍ଷରୁ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଆନୁକୁଲ୍ୟରେ ‘ଏକ ପେଡ ମା କି ନାମ' କାର୍ଯ୍ୟକ୍ରମ ଆଧାରରେ ମାସ ବ୍ୟାପୀ ହେବାକୁ ଥିବା ବିତରଣ କାର୍ଯ୍ୟକ୍ରମକୁ ସମାଜସେବୀ ମୀନତି ସାହୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଚାରା ବିତରଣ କରିଥିଲେ । ଫରେଷ୍ଟର ଚିତରଞ୍ଜନ ବିଶ୍ୱାଳ ଓ ବନରକ୍ଷୀ ବନଲତା ସାମନ୍ତରାୟ ଏହାକୁ ପରିଚାଳନା କରିଥିଲେ । ଜାରକା ସରପଞ୍ଚ ସୁଦାମ ବେହେରା, ଧର୍ମଶାଳା ମହୋତ୍ସବ ପୂଜା କମିଟି ସଭାପତି ରବୀନ୍ଦ୍ର ସାହୁ ଓ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି, ଯୁବ ସଂଗଠକ ରାଜେଶ୍ ପାଳ, ଚନ୍ଦ୍ରମଣି ପଣ୍ଡିତ, ଉପେନ୍ଦ୍ର କର, ରବୀନ୍ଦ୍ର ବରାଳ, ବିଶ୍ୱଜିତ୍ ପୃଷ୍ଟି, ସ୍ୱାଗତ ଦାସ, ଦେବଦତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଲୋକମାନେ ସେମାନଙ୍କ ଆଧାର କାର୍ଡ ନମ୍ବର ପଞ୍ଜୀକୃତ କରାଇ ଏହି ବିତରଣ କେନ୍ଦ୍ରରୁ ୧ ଟଙ୍କା ଦେଇ ଗୋଟିଏ ଚାରା ନେଇ ପାରିବେ । ଆମ୍ଭ, ପଣସ, ପିଜୁଳି, ଅମୃତ ଭଣ୍ଡା, ଚମ୍ପା ଓ ଲିମ୍ୱ ଆଦି ଚାରା ଜୁଲାଇ ଶେଷ ଯାଏ ବିତରଣ ହେବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।