ଟିପିଏନଓଡିଏଲର ସିଇଓ ଡେଜିଗନେଟ୍ ହେଲେ ଗଜାନନ କାଲେ

ଯାଜପୁର :  ଟିପିଏନଓଡିଏଲର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଗଜାନନ ଏସ୍ କାଲେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦୁ୍ୟତ ବିତରଣ କ୍ଷେତ୍ରରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟର ଅଭିଜ୍ଞତା ରଖିଥିବା ଶ୍ରୀ କାଲେ ଦେଶର ବହୁ ନାମିଦାମୀ ବିଦୁ୍ୟତ ବିତରଣ କମ୍ପାନୀରେ ଗୁରୁ ଦାୟିତ୍ୱ ବହନ କରିଛନ୍ତି । ନାଗପୁର ସ୍ଥିତଏନଆଇଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତର ହାସଲ କରିଥିବା ବେଳେ ଆଇଆଇଏମ ଅହମ୍ମଦାବାଦରୁ ପରିଚାଳନା କ୍ଷେତ୍ରରେ ଡିଗ୍ରୀ ହାସଲ କରିଛନ୍ତି । ବିଦୁ୍ୟତ ବିତରଣ ଓ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ୩୩ବର୍ଷର ଅଭିଜ୍ଞତା ରହିଛି । ନିଜର ଅଭିମତ ରଖି ଶ୍ରୀ କାଲେ କହିଛନ୍ତି ଯେ, ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରତିଶ୍ରୁତିବଦ୍ଧ । ଟିପିଏନଓଡିଏଲର ସିଇଓ ଡେଜିଗନେଟ୍ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ କାଲେ ଦିଲ୍ଲୀ ବିଦୁ୍ୟତ୍ ବିତରଣ ନିଗମ ତଥା ଟିପିଡିଡିଏଲର ସିଇଓ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଏହା ପୂର୍ବରୁ ସେ ଓଡିଶାର ଟିପିଡବ୍ଲ୍ୟୁଡିଏଲ, ଆଜମେରର ଟିପିଏଡିଏଲରେ ମଧ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତେବେ ଟିପିଡିଡିଏଲର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଟିପିଏନଓଡିଏଲ ପୂର୍ବତନ ସିଇଓ ଶ୍ରୀ ଦ୍ୱିଜଦାସ ବସାକଙ୍କ ବଦଳି ହୋଇଛି । ସୂଚନାଥାଉ କି  ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୨୭ହଜାର ୯୨୦ ବର୍ଗ କିଲୋମିଟର ଅଂଚଳକୁ ଟିପିଏନଓଡିଏଲ ବିଦୁ୍ୟତ ବିତରଣ କରୁଛି ।