ମରାମତି ହେଲା କପ୍ତିପଦା-ବାରିପଦା ରାସ୍ତା
କପ୍ତିପଦା: କପ୍ତିପଦା-ବାରିପଦା ମୁଖ୍ୟରାସ୍ତା ଓ ରାଜ୍ୟ ରାଜପଥ ନଂ-୧୯ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା । ଏ ସଂପର୍କରେ ଖବର ପ୍ରସାରଣ ପରେ କପ୍ତିପଦାରୁ ଉଦଳା ଯିବା ରାସ୍ତାର ରଣାପୋଷି ପୋଲ ନିକଟରେ ଥିବା ଝୀଙ୍କେଶ୍ୱର ପେଟ୍ରୋଲ ପମ୍ପ ସମ୍ମୁଖ, ଝୀଙ୍କପଦା ବିଶ୍ରାମଗାର ସମ୍ମୁଖ, ପେଡାଗଡି ପୋଲର ସଂଯୋଗୀକରଣ ରାସ୍ତାର ମରାମତି କାମ ଆଜି ଠାରୁ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ଫଳରେ କପ୍ତିପଦା ଅଞ୍ଚଳବାସୀ ପୂର୍ତ୍ତବିଭାଗ ଅଧିକାରଙ୍କୁ କୃତଜ୍ଞତା ଜଣାଇବା ସହିତ କପ୍ତିପଦା ବ୍ଲକରେ ବିଭାଗ ଅଧିନରେ ଥିବା ରାସ୍ତାଗୁଡିକର ରକ୍ଷଣାବେକ୍ଷଣ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିବେଦନ କରାଯାଇଛି ।