ଦୁର୍ଘଟଣାରେ ମୃତ
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଜେନାପୁର ଥାନା ଅନ୍ତର୍ଗତ ମର୍ଜିତାପୁର ପଞ୍ଚାୟତ ଅଧିନ ଦାଣ୍ଡହରିପୁର ଗ୍ରାମର ଦୁଇ ଭାଇଙ୍କ ମଙ୍ଗଳବାର ଦୁର୍ଘଟଣା ଘଟି ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଉଭୟ ଦାଦା ପୁଅ ଏବଂ ବଡ଼ ବାପା ପୁଅ ଦୁଇ ଭାଇ ଅଟନ୍ତି । ଶ୍ରୀରାମ ଗୁରୁଙ୍କ ପୁଅ ସରୋଜ (୨୩)ଙ୍କ ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ମୃତୁ୍ୟ ଘଟିଛି । ହାଡ଼ିଆ ଗୁରୁଙ୍କ ପୁଅ ମିଥୁନ (୨୨) ଚିକିତ୍ସାଧୀନ ରହିଛନ୍ତି । ସୂଚନା ମୁତାବକ ଦୁଇ ଭାଇ ଟାଟା ପ୍ଲାଣ୍ଟରେ କାର୍ଯ୍ୟ କରନ୍ତି । ପ୍ରତ୍ୟେକ ଦିନଭଳି ସଂଧ୍ୟାରେ ସେ ଡ୍ୟୁଟି ସାରି ଫେରୁଥିବା ସମୟରେ କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟି ନିକଟରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ । ସରୋଜ ଗୁରୁତର ଆହତ ହୋଇଥିବା ବେଳେ ମିଥୁନ ସାମାନ୍ୟ ଆହତ ହୋଇଥିଲେ ।
ସ୍ଥାନୀୟ ଲୋକେ ଉଭୟଙ୍କୁ ଡୁବୁରୀ ନିକଟ ଟାଟାମେଡ଼ିକା ହସ୍ପିଟାଲକୁ ପଠାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଖବର ପାଇ କଳିଙ୍ଗନଗର ପୁଲିସ ମେଡ଼ିକାଲରେ ପହଁଚି ଶବ ଜବତ କରି ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।