ପୋଖରୀରେ ବୁଡି ବୃଦ୍ଧ ମୃତ

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ୧୦ନଂ ୱାର୍ଡ ମହାଜନସାହି ନିକଟସ୍ଥ ଦଳିତ ସାହିର ସହଦେବ ମଲିକ (୭୫) ପୋଖରୀକୁ ଗାଧୋଇବାକୁ ଯାଇ ଗୋଡ଼ ଖସି ଯିବାରୁ ପୋଖରୀର ଗଭୀର ଜଳରେ ବୁଡି ପ୍ରାଣ ହରାଇଛି ଓ ତାଙ୍କୁ ମୁମୁର୍ସ ଅବସ୍ଥାରେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା  । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ  । ମୃତ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି  ।