ବାଙ୍କସାହି ରାସ୍ତାରେ ଜମୁଛି ବର୍ଷା ପାଣି

ବରୀ: ପାଣିରେ ଭର୍ତ୍ତି ହୋଇପଡ଼ିଛି ବାଭ୍କସାହି ରାସ୍ତା । ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏରବାଙ୍କ ପଞ୍ଚାୟତର ବରୀ-ବରୁଅାଁ ମୁଖ୍ୟ ଗମନା ଗମନ ରାସ୍ତା ଶିବ ଛକ ଠାରୁ ଯାଇଥିବା ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାଟିର ଅବସ୍ଥା ଶୋଚନୀୟ ସାଙ୍ଗକୁ ବାଙ୍କସାହି ଗ୍ରାମ ଭିତରେ ଯାଇଥିବା ୧୧ନମ୍ବର ୱାର୍ଡର ରାସ୍ତା ଉପରେ ବର୍ଷା ପାଣି ଜମିବା ଫଳରେ ଯାତାୟତ ଲାଗି ବହୁ ଅସୁବିଧା ହେଉଛି । 
ଯାହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ରାସ୍ତା ଉପରେ ଜମି ଥିବାପାଣି ନିଷ୍କାସନ ନ ହୋଇ ପାରିବାରୁ ଏଭଳି ଅବସ୍ଥା ଉପୁଜିଛି । ବର୍ଷା ଦିନ ହେଇଥିବାରୁ ପ୍ରତ୍ୟେକ ଦିନ ସେହି ରାସ୍ତା ଦେଇ ୨ଚକିଆ, ୪ଚକିଆ ଯାନ ସହିତ ହାଟ, ବଜାରକୁ ଯାତାୟତ କରିବା ସହିତ ଗୋଲକୁଣ୍ଡ ସ୍ଥିତ ମଙ୍ଗଳାଙ୍କ ପୀଠକୁ ଶ୍ରଦ୍ଧାଳୁ ଯାଇଥାନ୍ତି । ଏହି ସମସ୍ୟା ପ୍ରତି ୧୧ ନମ୍ବର ୱାର୍ଡର ଅଧିବାସୀ ଦୁଃଶାସନ ଜେନା, କୁଟିଆ ଦଳେଇ, ବିଟୁଆ ଦଲେଇଙ୍କ ସହିତ ଗ୍ରାମର ଜନସାଧାରଣ ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ କରୁନି । ସେହିପରି ଶିବଛକ ସେତୁ ନିକଟ ଠାରୁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ହୋଇପଡିଛି । ତୁରନ୍ତ ଏହି ସମାସ୍ୟା ସମାଧାନ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।