ବିଶ୍ୱ ଗଜ ସଂରକ୍ଷଣ ଦିବସ ପାଳନ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହସ୍ତୀ ଦିବସ ମହା ଆଡମ୍ବର ସହପାଳିତ ହୋଇଯାଇଛି । ପ୍ରତି ବର୍ଷ ଅଗଷ୍ଟ ୧୨ ତାରିଖ ରେ ଏହି ଦିବସ ପାଳନ କରାଯାଉଛି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସମେତ କର୍ମଚାରୀ ମାନେ ହସ୍ତୀ ଦିବସ ପାଳନ କରିଥିଲେ । ପ୍ରାଣୀ ଉଦ୍ୟାନରେ ଥିବା ବଡ଼ ହାତୀ ବାସନ୍ତୀ, ହୀରା, ଛୁଆ ହାତୀ, ଲିଜା, ଲିସାଙ୍କୁ ହାତୀ ଶାଳରେ ବିଭିନ୍ନ ସ୍ୱାଦିଷ୍ଟ ଫଳ ମୂଳ ଖାଇବାକୁ ଦିଆ ଯାଇଥିଲା । ଦାୟିତ୍ୱରେ ଥିବା ନନ୍ଦନକାନନ ନିଦେ୍ର୍ଦଶକ ବିକାଶ ରଞ୍ଜନ ଦାସ, ଉପନିଦେ୍ର୍ଧଶକ ସନତ ନାରାୟଣ ହାତୀ ମାନଙ୍କୁ ଫଳ ଖୁଆଇ ଶୁଭ ଉଦଘାଟନ କରିଥିଲେ । ହାତୀ ମାନେ ତାଙ୍କର ଶୁଣ୍ଡ ଟେକି ସମସ୍ତଙ୍କୁ ଅଭିବାଦନ ଜଣାଇ ଥିଲେ । ଜଙ୍ଗଲ ସୁରକ୍ଷା ସହ ହାତୀମାନଙ୍କ ସୁରକ୍ଷା, ହାତୀମାନଙ୍କ ବଂଶ ବୃଦ୍ଧି କିଭଳି କରାଯାଇପାରିବ,ଏହା ସହ ମଣିଷ ହାତୀ ମଧ୍ୟରେ ସମ୍ପର୍କ ସୃଦୃଢ଼ କରିବା ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା । ଏହା ସହିତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ୍ କରାଯାଇଥିଲା କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ , ଭଲ କାର୍ଯ୍ୟକରିଥିବା ହାତୀ ମାହୁନ୍ତ ମାନଙ୍କୁ ସମ୍ମାନିତ କରାଯାଇଥିଲା । ନନ୍ଦନକାନନରେ ହାତୀ ଦିବସ ପାଳନ ହେଉଥିବା ଦେଖି ପର୍ଯ୍ୟଟକ, କର୍ମଚାରୀ ସ୍କୁଲ ଛାତ୍ରଛାତ୍ରୀ ଖୁବ୍ଖୁସି ହୋଇଥିଲେ ।
ଭୁବନେଶ୍ୱର : ଟାଟା ପାୱାର ପକ୍ଷରୁ ଗଜ ସଂରକ୍ଷଣ ଅଭିଯାନ ଅଧୀନରେ ଓଡ଼ିଶାରେ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗୋଷ୍ଠୀଙ୍କ ସହିତ ବିଶ୍ୱ ହାତୀ ଦିବସ ପାଳନ କରାଯାଇଛି । ଏହାଦ୍ୱାରା ଭାରତର ସବୁଠାରୁ ସମ୍ବେଦନଶୀଳ ହାତୀ ଆବାସ ସ୍ଥଳୀଗୁଡ଼ିକରେ ମାନବ-ହାତୀ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ପ୍ରତି ଟାଟା ପାୱାର ନିଜର ପ୍ରତିବଦ୍ଧତା ଦୋହରାଇଛି । ଏକ ସପ୍ତାହ ଧରି ଚାଲିଥିବା ଏହି ସଚେତନତା ଅଭିଯାନର ସମାପ୍ତି ଉତ୍ସବ ଅନୁଗୁଳ ଜିଲ୍ଲାର ବନ୍ତଳା ନୋଡାଲ ହାଇସ୍କୁଲରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧,୦୩୧ ଜଣ ଛାତ୍ରଛାତ୍ରୀ, ଅଭିଭାବକ, ସ୍ଥାନୀୟ ବାସିନ୍ଦା, ସରପଂଚ, ବନ ସୁରକ୍ଷା କମିଟି ସଦସ୍ୟ, ଟିପିସିଓଡିଏଲର ଅନୁଗୁଳ ବିଦୁ୍ୟତ୍ ଡିଭିଜନ, ଅନୁଗୁଳ ବନ ବିଭାଗ ଏବଂ ବନ୍ତଳା ରେଞ୍ଜ କାର୍ଯ୍ୟାଳୟର ପ୍ରତିନିଧିମାନେ ଉତ୍ସାହର ସହିତ ଭାଗ ନେଇଥିଲେ । ଏହି ଉତ୍ସବ ଅଧୀନରେ ୨୦୨୫ ଅଗଷ୍ଟ ୬ ରୁ ୮ ପର୍ଯ୍ୟନ୍ତ ବନ୍ତଳା ବନଖଣ୍ଡ ଅଧୀନରେ ଥିବା ପାଂଚଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍କୁଲ କାର୍ଯ୍ୟକ୍ରମରେ ମୋଟ ୧,୦୩୧ ଜଣ ଛାତ୍ରଛାତ୍ରୀ ଏବଂ ୨୧୦ ଜଣ "ମାନବ-ହାତୀ ସହାବସ୍ଥାନ’ ବିଷୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ । ମୁଖ୍ୟ କାର୍ଯ୍ୟକ୍ରମରେ ୩୦ ଜଣ ବିଜୟୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ବକ୍ତୃତା, ସାଂସ୍କୃତିକ ପ୍ରଦର୍ଶନ, ଛାତ୍ରଛାତ୍ରୀଙ୍କ ପାଇଁ କ୍ୱିଜ୍ ଏବଂ ହାତୀ ସୁରକ୍ଷା ପ୍ରତିଶ୍ରୁତିର ଏକ ସାମୁହିକ ଶପଥ ଅନ୍ତର୍ଭୁକ୍ତ ଥିଲା । ଏହି ଅଭିଯାନକୁ ୩,୦୦୦ ସଦସ୍ୟ ବିଶିଷ୍ଟ ଏକ ହ୍ୱାଟସ୍ଆପ୍ ଆଲର୍ଟ ନେଟୱର୍କ ସମର୍ଥନ ଯୋଗାଇଛି ଯାହା ବାସ୍ତବ ସମୟରେ ହାତୀ ଗତିବିଧି ସୂଚନା ପ୍ରଦାନ କରୁଛି । ଏଥି ସହିତ ୯୫୦ରୁ ଅଧିକ ପ୍ରଶିକ୍ଷିତ "ଗଜ ସାଥୀ’ (ଗ୍ରାମ୍ୟ ସ୍ୱେଚ୍ଛାସେବୀ) ରହିଛନ୍ତି ଯେଉଁମାନେ ପ୍ରଥମ ପ୍ରତିକ୍ରିୟାଦାତା ଏବଂ ବନ୍ୟଜନ୍ତୁ ସମର୍ଥକ ଭାବେ କାର୍ଯ୍ୟ କରୁଛନ୍ତି ।