ବିଦୁ୍ୟତ୍ ବିଭାଗର ଅବହେଳା : ବିପଦକୁ ଆମନ୍ତ୍ରଣ କରୁଛି ଝୁଲନ୍ତା ତାର
ନୂଆପଡା : ବିଦୁ୍ୟତ୍ ସରବରାହ କାର୍ଯ୍ୟ ସୂଚାରୁ ରୁପେ ଆଗେଇ ନେବାପାଇଁ ସରକାର ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି । ବିଦୁ୍ୟତ ବିଭାଗର କର୍ମଚାରୀମାନେ ତାଙ୍କର କାର୍ଯ୍ୟ କେତେଦୁର ଠିକ୍ ସେ ସମ୍ପାଦନ କରୁଛନ୍ତି ତାହା ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଏଭଲି ଏକ ସଂଙ୍ଗିନ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ, ଟିମନପୁର ଷ୍ଟ୍ରକଚର, ନିଲଜୀ ଫିଡର ଅନ୍ତର୍ଗତ ସାଗୁନଭାଡି ଗ୍ରାମରୁ ଆସିଛି । ସୂଚନା ମୁତାବକ ସାଗୁନଭାଡି ଗ୍ରାମର ପଖାନଘାଟ ନିକଟରେ ଥିବା ଉଠା ଜଳସେଚନ ପ୍ରକଳ୍ପକୁ ବିଦୁ୍ୟତ୍ ସଂଯୋଗ କରିଥିବା ୩୩ କେ.ଭି ତାର, ଯାହାକି ରୋହିତ ତାଣ୍ଡି ଘର ସମ୍ମୁଖ ଏବଂ ବାଜନି ବେଡାରେ ଅବସ୍ଥିତ ଲଛମନ ବାଗଙ୍କ ଚାଷଜମି ନିକଟରେ, ପ୍ରବଳ ବର୍ଷା ଯୋଗୁଁ ଦୁଇବର୍ଷ ହେଲା ବିଦୁ୍ୟତ୍ ଖୁଣ୍ଟ ଧିରେଧିରେ ତଲକୁ ନଇ ପଡିଛି । ବିପଦ ସଙ୍କୁଳ ଅବସ୍ଥାରେ ୬ଫୁଟ ଉଚ୍ଚତାରେ ଝୁଲିରହିଛି ତାର । ବିପଦକୁ ଆମନ୍ତ୍ରଣ ଦେଉଛି ଏହି ଝୁଲନ୍ତା ତାର । ଚାଷୀମାନେ ନିଜ ଚାଷଜମିକୁ ଗଲାବେଳେ ସେହି ତାର ତଳେ ନଇକି ଯିବାକୁ ପଡୁଛି । ଟିକେବି ଅସତର୍କତା କାହାରି ଜୀବନ ନେଇପାରେ । ଏ ବିଷୟରେ ସ୍ଥାନୀୟ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅବଗତ କଲାପରେ ମଧ୍ୟ ଅଧିକାରୀଙ୍କ ଏହା ଉପରେ ନିଘାନାହିଁ । ଅଧିକାରୀଙ୍କ ଏହି ଅବହେଳା ପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ବିଦୁ୍ୟତ୍ ପ୍ରବାହିତ ତାର ଏବଂ ନଇ ପଡିଥିବା ଖୁଣ୍ଟକୁ ସଳଖିବା ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ଦାବି କରୁଛନ୍ତି । ଏବେ ଦେଖିବାର ଅଛି ଦୁର୍ଘଟଣା ଘଟିବା ପୂର୍ବରୁ ବିଦୁ୍ୟତ ବିଭାଗ ଏହି ଅଭିଯୋଗକୁ ଗୁରୁତ୍ୱଦେଇ କେତେଦୁର ତତ୍ପରତାର ସହିତ ସମସ୍ୟାର ସମାଧାନ କରିବେ ।