ରାସ୍ତା ସଫା କଲେ ସ୍ୱେଚ୍ଛାସେବୀ 

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ସାନ୍ତପୁର ପଂଚାୟତ ଗାନ୍ଧିବାଦୀ ନେତା ସୋମନାଥ ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଚିତ୍ରୋତ୍ପଳାନଦୀ ଦକ୍ଷିଣପଟ କେନାଲର ରହଂସ ଗ୍ରାମକୁ ଯାଇଥିବା ରାସ୍ତାକୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସଫେଇ କରାଯାଇଛି । ସୂଚନାଯୋଗ୍ୟ, ସୋମନାଥ ମହାପାତ୍ର କଂଗ୍ରେସ ଦଳର ଜଣେ ବିଶିଷ୍ଟ ନେତା ଥିଲେ ମଧ୍ୟ ନିଜ ଘରକୁ ଜଣେ ଭଲ ରାସ୍ତାଟିଏ କରିପାରିନଥିଲେ । ଏକାଦଶାହରେ ଲୋକମାନେ ଯିବା ଆସିବାରେ ବାଧା ଉପୁଜିବା ଲକ୍ଷ୍ୟ କରି ସମାଜସେବୀ ନୃସିଂହ ଚରଣ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନାରେ ରମେଶ ଚନ୍ଦ୍ର ମହାପାତ୍ର, ଶଶୀକାନ୍ତ ରାଉତ, ସୁବାଷ ମହାନ୍ତି, ଭ୍ରମରବର ମହାନ୍ତି, ରବିନ୍ଦ୍ର ମହାପାତ୍ର, ଅରୁଣ ସିଂହ, ରତ୍ନାକର ସେଠୀ, ଶିବପ୍ରସାଦ ପୁହାଣ, ଜାନକୀ ବଲ୍ଲଭ ମହାନ୍ତି, ଗୋବିନ୍ଦ ଦାସ, ରବିନ୍ଦ୍ର ବାରିକ, କ୍ଷୀର ମଳିକ, ଜଗବନ୍ଧୁ ମହାପାତ୍ର, ଦୀପକ ବାରିକ, ଅଚୁ୍ୟତାନନ୍ଦ ମୁଦୁଲି, କୁଳମଣୀ ଜେନା, ଅରକ୍ଷିତ ମହାନ୍ତି, କୈଳାସ ମହାପାତ୍ରଙ୍କ ସମେତ ୫୦ରୁ ଊଦ୍ଧ୍ୱର୍ ସ୍ୱେଚ୍ଛାସେବୀ ଏହି ରାସ୍ତାକୁ ସଫା କରିବା ସହିତ ବାଲି ପକାଇଥିବାରୁ ପଞ୍ଚାୟତ ପକ୍ଷରୁ ଏହିମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।