ଡକାୟତି ଉଦ୍ୟମ ପଣ୍ଡ, ୬ ଗିରଫ

 ପୁରୀ : ସୋମବାର ରାତି ପ୍ରାୟ ୧୨ଟା ୩୦ମିନିଟ୍ । ବସ୍ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ବାଲିଉପର ରାମଚଣ୍ଡୀ ସାହି, ଓ ମେଡ଼ିକାଲ ଛକରେ ପାଟ୍ରୋଲିଂ ଡ଼ୁ୍ୟଟି କରୁଥିବା କୁମ୍ଭାରପଡ଼ା ଥାନା ପୁଲିସ ନିକଟରେ ଖବର ପହଞ୍ଚିଲା ନବକଳେବର ରୋଡ଼୍ ସ୍ଥିତ ଦେବୀକା ହସ୍ପିଟାଲ ପଛପଟେ ଖଣ୍ଡା ଓ ଲୁହାଛଡ଼ ଆଦି ଧରି ୬ଜଣ ଲୋକ ସନେ୍ଦହଜନକ ଅବସ୍ଥାରେ ଏକାଠି ହୋଇଛନ୍ତି । ସେମାନେ ସ୍ଥାନୀୟ ଅଳଙ୍କାର ଦୋକାନରୁ ଡ଼କାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ସୂଚନା ପାଇ ପୁଲିସ ଟିମ୍ ତତ୍ତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ କାବୁକଲେ ।  ବିଏନ୍ଏସ୍ର ୩୧୦(୪), ୩୧୦(୫), ୧୧୧(୩) ଏବଂ ଅସ୍ତ୍ରଶସ୍ତ୍ର ଆଇନର ୨୫ ଓ ୨୭ ଧାରାରେ ୨୫୪/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିକାଶ ମହାନ୍ତି ଓରଫ ଡ଼େଙ୍ଗା ଚୁକି (୨୬), କୁମ୍ଭାରପଡ଼ା ଥାନା ନୂଆସାହିର ଲୋକନାଥ ଦାସ ଓରଫ ପାରା ଗୁଡ଼ୁ (୨୯), ଲୋକନାଥ ରୋଡ଼ ଥାନପତି ଭଗବତୀ ଲେନ୍ର ବୁଲା ଦାସ ଓରଫ ବୁଲୁ (୩୫), ବଳିଆପଣ୍ଡା ଥାନା ମଙ୍ଗଳା ସାହିର ମାଧବ ସିଂ ଓରଫ ପିଲି ମାଧିଆ (୨୩), କୁମ୍ଭାରପଡ଼ା ଥାନା ନରେନ୍ଦ୍ର କୋଣ ମଙ୍ଗଳା ସାହିର ଟୁଲୁ ନାୟକ (୪୨) ଓ ଟାଉନଥାନା ଦାମୋଦର ରୋଡ଼୍ ବେଟି୍ରକ୍ସ ସ୍କୁଲ ନିକଟର ରଂଜିତ ସାହୁ (୨୭) । ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଲୁହାଛଡ଼, ୪ଟି ବିଅର ବୋତଲ, ଗୋଟିଏ ପ୍ୟାକେଟ ଲଙ୍କାଗୁଣ୍ଡ ଓ ଦିଆସିଲି ଜବତ କରାଯାଇଛି ।