ଆଜି ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଭେଟିବ ରେଳପଥ ସଂଗ୍ରାମ ସମିତି 


ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ୍ : ଆସନ୍ତାକାଲି ପୂର୍ବତଟ ରେଳଥର ମହାପ୍ରବନ୍ଧକ ରମେଶ୍ୱର ଫୁଙ୍କୱାଲଙ୍କୁ ଯାଜପୁର ରୋଡ -ÿଧାମରା ରେଳଥ ସଂଗ୍ରାମ ସମିତିର ପ୍ରତିନିଧି ଦଳ ଭେଟିବାର କାର୍ଯକ୍ରମ ରହିଛି । ଏହା ମଧ୍ୟରେ ରେଳବାଇ ବୋର୍ଡ଼ର ପ୍ରକଳ୍ପ ମୂଲ୍ୟାୟନ କମିଟି ଓ ପୂର୍ବତଟ ରେଳପଥ ମଧ୍ୟରେ ମତ ବିନିମୟ ହୋଇଛି । ସଂଗ୍ରାମ ସମିତିର ଯୁଗ୍ମ ଆବାହକ ସତ୍ୟପ୍ରକାଶ ବେହୁରିଆ ସୂଚନା ଅଧିକାର ଆଇନ ଅବଲମ୍ବନରେ ସଂଗ୍ରହ କରିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ସେପ୍ଟେମ୍ବର ୧୭ ଓ ୧୮ରେ ରେଳବାଇ ବୋର୍ଡ଼ ଓ ପୂର୍ବତଟ ରେଳଥ ମଧ୍ୟରେ ହେଉଥିବା ମତ ବିନିମୟ କାର୍ଯ୍ୟକ୍ରମ ଜରିଆରେ ପ୍ରକଳ୍ପ ମଞ୍ଜୁରୀ ପ୍ରକି୍ରୟା ତ୍ୱରାନ୍ୱିତ ହୋଇପାରିବ ବୋଲି ସଂଗ୍ରାମ ସମିତି ଆଶା ପ୍ରକାଶ କରାଯାଇଛି । ମହାପ୍ରବନ୍ଧକଙ୍କ ସହ ସାକ୍ଷାତ ଆଲୋଚନା ଜରିଆରେ ପ୍ରକଳ୍ପ ମଞ୍ଜୁରୀର ସ୍ଥିତି ଅଧିକ ସ୍ପଷ୍ଟ ହୋଇପାରିବ । ପ୍ରତିନିଧି ଦଳରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ସମେତ ସମିତିର ଅନ୍ୟାନ୍ୟ କର୍ମକର୍ତାମାନେ ଅଂଶଗ୍ରହଣ କରିବେ ଏବଂ ବିଧାୟକ/ବିଧାୟିକାମାନଙ୍କୁ ସାମିଲ ହେବାପାଇଁ ଅନୁରୋଧ କରାଯିବ ବୋଲି ଯାଜପୁର ରୋଡ଼-ଧାମରା ରେଳଥ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସ ଜଣାଇଛନ୍ତି ।