ପ୍ରଶାସନର ନଜର ପଡ଼ୁ : ଭାଙ୍ଗିରୁଜି ଗଲାଣି ଢଳେଇ ରାସ୍ତା

 ବରୀ: ଏହି ବ୍ଲକ ଭଅଁରା ପଞ୍ଚାୟତର ଭଅଁରା ଗ୍ରାମକୁ ଘେରି ରହିଛି ଦୁଇଟି ନଦୀ । ଗୋଟେ ପଟେ ଖରେସ୍ରୋତା ଅନ୍ୟ ପଟେ ତନ୍ତୀ ଘାଇ । ଦୀର୍ଘ ବର୍ଷ ହେବଏହି ପଞ୍ଚାୟତର ୬ନମ୍ବର ୱାର୍ଡ ହନୁମାନ ଠାକୁରଙ୍କ ନିକଟରୁ ବଡ଼ବନ୍ଧ ପର୍ଯ୍ୟନ୍ତ ଯାଇଥିବା ଢଳେଇ ରାସ୍ତା ଭାଙ୍ଗି ରୁଜି ଗଲାଣି । ଯାହାଫଳରେ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ଫାଟସୃଷ୍ଟି ହେବା ସହ ବଡ଼ ବଡ଼ ଖାଲି ମଧ୍ୟ ସୃଷ୍ଟି ହୋଇଛି । ଭଅଁରା ପଞ୍ଚାୟତର ୬ ନମ୍ବର ୱାର୍ଡÿରେ ଥିବା ପକ୍କା ରାସ୍ତାଟି ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ରାସ୍ତାଟି ଫାଟି ଏବେ ଅାଁ କଲାଣି । ଯାହା ଫଳରେ ଯାତାୟାତରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେତେକ ସ୍ଥାନରେ ରାସ୍ତାରେ ଗଛଲତା ମାଡ଼ି ଗଲାଣି । ଧିରେଧିରେ ରାସ୍ତା ସଙ୍କୁଚିତ ହେଉଥିଲେ ମଧ୍ୟଏହାକୁ ସଫା କରାଯାଉନାହିଁ । ବିଶେଷ କରି ରାତିସମୟରେ ଯାତାୟାତ କରୁଥିବା ଲୋକେ ଏଥି କାରଣରୁ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ବିଭିନ୍ନ କାର୍ଯ୍ୟରେ ଲୋକେ ବିପଦ ସଙ୍କୁଳ ଭାବେ ଯାତାୟାତ କରୁଛନ୍ତି ।  ଭଅଁରା ଓ ବୋଦୁଅ ପଞ୍ଚାୟତର ରାଇପୁର, ପୋଡପୋଡା, ପଣ୍ଡାସାହି, ପାଳସାହି ଲୋକଙ୍କ ପାଇଁ ଏହି ରାସ୍ତାଟି ମୁଖ୍ୟରାସ୍ତା । ଏହି ରାସ୍ତା ଦେଇ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯା’ଆସ କରିିଥାନ୍ତି । ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ସେମାନଙ୍କୁ ଯାତାୟାତରେ ବହୁଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ବିଶେଷକରି ଜରୁରିକାଳୀନ ସମୟରେ ଗାଡ଼ି ଅଞ୍ଚଳକୁ ଆସିବାରେ କାଠିକାର ପାଠ ହୋଇପଡ଼ୁଛି । ରାସ୍ତାନିର୍ମାଣ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମରାମତି ହୋଇନାହିଁ । ଫଳରେ ଏହାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି । ବ୍ଳକ ପ୍ରଶାସନ ଭଅଁରା ପଞ୍ଚାୟତର ଏହି ସମସ୍ୟାକୁ ଗୁରୁତର ସହନେଇ ଉକ୍ତ ରାସ୍ତାକୁ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।