ଖରାରେ କାମ କରାଇବା ମନା

ଖରାରେ କାମ କରାଇବା ମନା


 ଭୁବନେଶ୍ୱର : ପ୍ରବଳ ଖରା ଯୋଗୁ ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଶ୍ରମିକଙ୍କୁ କାମ କରାଇବା ମନା । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ବା ଏସଆରସି ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଚିଠିରେ ଏସଆରସି ଲେଖିଛନ୍ତି ଯେ ପୂର୍ବରୁ ବାରଣ କରାଯାଇଥିବା ସତ୍ତ୍ୱେ କିଛି ଜିଲ୍ଲାରେ ପ୍ରବଳ ଖରା ସମୟରେ ଶ୍ରମିକମାନେ କାମ କରୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ।

ଗ୍ରୀଷ୍ମ ଋତୁରେ   ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କାମ କରିବା ମନା । ଏହାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି ।  ଯଦି ଏହି ନିଦେ୍ର୍ଦଶର ଅବମାନନା ହୁଏ, ତା'ହେଲେ ସଂପୃକ୍ତ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ଓ ବିପର୍ଯ୍ୟୟ ପରି·ଳନା ଆଇନ ୨୦୦୫ରେ ଥିବା ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।  ଏଥିରେ ଏସଆରସି ଆହୁରି ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ୫ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଲାଗି ରହିବ ।  ଏହି ସମୟରେ ବାହାରେ କୌଣସି କାର୍ଯ୍ୟ କଲେ ଖରା ସହି ହେବ ନାହିଁ ।  ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୭ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନର ଦିନର ସର୍ବୋଚ୍ଚ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ । ୧୮ ତାରିଖରେ ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାପମାତ୍ରାରେ ୪୫ ଡିଗ୍ରୀ ଛୁଇଁପାରେ । ୧୯ରେ ମଧ୍ୟରେ ଏହି ଦୁଇ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ।