ସୁଭଦ୍ରା ଟଙ୍କାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ରଣେନ୍ଦ୍ର ସ୍ବାଇଁ
ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ ନୂଆ ସରକାର । ହେଲେ ସରକାରକୁ ଆସିଲା ପରେ କଥା ବଦଳିଲା ପରି ଲାଗୁଛି । ୫ ବର୍ଷରେ ୫୦ ହଜାର ଦେବ ବୋଲି କହିଲା ଏବେ ଏହାକଣ ମହିଳାଙ୍କୁ ଭଣ୍ଡାଇଲେ ନାହିଁ କି ? ବିଜେପି ସରକାର ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି, ସେଠି ମହିଳା ମାନଙ୍କ ପାଇଁ ଡବଲ ଷ୍ଟାଣ୍ଡାର୍ଡ ନୀତି ଗ୍ରହଣ କରୁଛନ୍ତି’ ।
ରଣେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ’ହରିୟାଣାରେ ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ୨୧୦୦ ଟଙ୍କା ଦେଉଛନ୍ତି, ହେଲେ ଓଡ଼ିଶାରେ ଦିନକୁ ୨୭ ଟଙ୍କା ଦେଉଛନ୍ତି । ୨୭ ଟଙ୍କାରେ କେଉଁ ମହିଳା ଉଦ୍ୟୋଗୀ ହେବେ? ବିଜେପିର ଯେଉଁ ମୁହଁରେ ଅରୁଆ ସେହି ମୁହଁରେ ଉଷୁନା । ଡବଲ ଇଞ୍ଜିନ ସରକାରରେ ଡବଲ ଷ୍ଟାଣ୍ଡାର୍ଡ ନୀତି ଛାଡ଼ନ୍ତୁ । ଉପ ମଖ୍ୟମନ୍ତ୍ରୀ ଓ ସରକାରୀ ଦଳର ସଦସ୍ୟମାନେ ବାହାବାହା ନେଉଛନ୍ତି ସରକାର, ହେଲେ ମାସକୁ ମାତ୍ର ୮୮୩ ଟଙ୍କା ଦେଇ କିପରି ସସକ୍ତ କରିବେ’ ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।