ସୈଫଙ୍କ ଆକ୍ରମଣକାରୀ ଧରାପଡିଲା

ଧୀରେ ଧୀରେ ଘଟଣାର ଖୋଲୁଛି ଗୁମର , କିଏ କରିଥିଲେ ଆକ୍ରମଣ ,କଣ ରହିଥିଲା ଆକ୍ରମଣର କାରଣ , ଏ ସମସ୍ତ ଘଟଣାରୁ ଧୀରେ ଧୀରେ ପରଦା ଉଠାଇବାରେ ଲାଗିଛି ପୋଲିସ , ଏହାରି ଭିତରେ ମୁମ୍ବାଇ ପୋଲିସ କୁ ଏକ ବଡ ସଫଳତା ମିଳିଛି , ମୁଖ୍ୟ ଅଭିଯୁକ୍ତକୁ ହିରାନାନ୍ଦାନୀ ଅଞ୍ଚଳରୁ ଗିରଫ କରିଛି ପୋଲିସ , ଗିରଫ ଅଭିଯୁକ୍ତ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ମୁମ୍ବାଇ ପୋଲିସ ୧୦ ଜଣିଆ ସ୍ବତନ୍ତ୍ର ଟିମ ମଧ୍ୟ ଗଠନ କରିଛି ।
୯ ଡିସିପି ଦିକ୍ଷିତ ଜେଡମଙ୍କ ସୂଚନା ଅନୁଯାୟୀ, ‘ଜାନୁଆରୀ ୧୬ ତାରିଖ ରାତି ୨ଟାରେ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ବାସଭବନରେ ଆକ୍ରମଣ କରାଯାଇଥିଲା ।ଏନେଇ ମାମଲା ରୁଜ୍ଜୁ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ ବୋଲି ଜଣାପଡିଛି । ସେ ବାଂଲାଦେଶର ହୋଇଥିବା ନେଇ ସନ୍ଦେହ କରାଯାଉଛି । ଚୋରି କରିବା ଉଦ୍ଦେଶ୍ୟରେ ସେ ଘର ଭିତରକୁ ପଶିଥିଲା । ତେବେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ପୋଲିସ ହେପାଜତରେ ନେବାକୁ କୋର୍ଟରେ ଆବେଦନ କରିବ ।
ତେବେ ଏବେ ଜାଣନ୍ତୁ କଣ ରହିଥିଲା ପୁରା ଘଟଣାକ୍ରମ : ଜାନୁଆରୀ ୧୬ ତାରିଖରେ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘର ଭିତରେ ଛୁରାମାଡ ହୋଇଥିଲା । ପ୍ରାଥମିକ ତଦନ୍ତ ପରେ ପୋଲିସ ସୁଚନା ଦେଇଛି ଉକ୍ତ ବ୍ୟକ୍ତି ଚୋରି କରିବାକୁ ସୈଫଙ୍କ ଘରେ ପଶିଥିଲା । ସେଥିପାଇଁ ସେ ଉକ୍ତ ଆପାର୍ଟମେଣ୍ଟର ଅଗ୍ନି ନିରାପତ୍ତା ଶିଡ଼ିକୁ ବ୍ୟବହାର ମଧ୍ୟ କରିଥିଲା , ସୈଫଙ୍କ ଉପରେ ହୋଇଥିବା ଆକ୍ରମଣର ୨ ଘଣ୍ଟା ପୂର୍ବରୁ ଉକ୍ତ ଆପାର୍ଟମେଣ୍ଟର ସିସିଟିଭିରେ କଏଦ ହୋଇନି ।
ଅର୍ଥାତ୍ ସେ ତା’ପୂର୍ବରୁ ସେଠାରେ ପ୍ରବେଶ କରି ସାରିଥିଲା ବୋଲି ଅନୁମାନ କରିଥିଲା ପୋଲିସ । ସୈଫଙ୍କ ୩ ଘରୋଇ ସହାୟକ/ସହାୟିକାଙ୍କୁ ନେଇ ପଚରାଉଚରା ମଧ୍ୟ କରିଥିଲା ପୋଲିସ । ସେମାନଙ୍କ ମଧ୍ୟରୁ କାହାର ଦୁର୍ବୃତ୍ତଙ୍କ ସହିତ ସଂପର୍କ ଥାଇପାରେ ବୋଲି ପୁଲିସ ସନ୍ଦେହ କରି ଏହା ସହିତ ସୈଫଙ୍କ ହାଉସିଂ ସୋସାଇଟିରେ ଏବେ ମରାମତି କାମ ଚାଲିଥିବାରୁ କିଛି ଶ୍ରମିକଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରିଥିଲା । କିନ୍ତୁ ଏହା ପୁର୍ବରୁ ଆଉ ଜଣେ ସନ୍ଦିଗ୍ଧକୁ ଅଟକ ରଖିଥିଲା ପୋଲିସ
ଯେଉଁଥିରେ ସନ୍ଦିଗ୍ଧର ଫଟୋ ଦେଖିବାକୁ ମିଳିଥିଲା ।
ସିସିଟିଭିରେ ଅଭିଯୁକ୍ତଙ୍କ ଫଟୋ ଦେଖିବା ପରେ ଖୋଜା ଆରମ୍ଭ ହୋଇଥିଲା । ଏହାପରେ ପୋଲିସ ଶୁକ୍ରବାର ସକାଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ତାଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଆଣିଥିଲା । କିନ୍ତୁ ସେହି ବ୍ୟକ୍ତି ଜଣକ ସୈଫଙ୍କ ମାମଲାରେ ସମ୍ପୃକ୍ତ ନଥିବା ପୋଲିସ ସ୍ପଷ୍ଟ କରିଥିଲା ।
ତେବେ ଆଉ ଏକ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଉଠିଛି ଯେ ସୈଫ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଘରର ବାକି ସଦସ୍ୟମାନେ କେଉଁଠି ଥିଲେ । ତାଙ୍କର ଅନ୍ୟ କର୍ମଚାରୀମାନେ ସେତେବେଳେ କ’ଣ କରୁଥିଲେ ?
ପୁଣି, ଦୁର୍ବୃତ୍ତ ଜଣଙ୍କ ସୈଫଙ୍କୁ ଆକ୍ରମଣ କରି ଏତେ ସହଜରେ ସେଠାରୁ ଫେରାର ହୋଇଗଲେ କେମିତି ? ସେଥିପାଇଁ ସୈଫ ରହୁଥିବା ହାଉସିଂ ସୋସାଇଟିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତି ସମସ୍ତଙ୍କ ଅଜାଣତରେ ସେଠାରେ ପଶି ଘଣ୍ଟା ଘଣ୍ଟା ଧରି ରହୁଛି ଓ ଜଣେ ବଡ଼ ଷ୍ଟାରଙ୍କୁ ଆକ୍ରମଣ କରି ସହଜରେ ଫେରାର ହୋଇଯାଉଛି, ତା’ହେଲେ ସେଠାରେ କି ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି? ଏଥିସହ ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି ଏତେ ହାଇସିକ୍ୟୁରିଟି ପରେ ମଧ୍ୟ କିପରି ଏହି ଘଟଣା ଘଟୁଛି , ଏହାର ମୁଖ୍ୟ ଉଦ୍ଦ୍ୟେଶ କେବଳ ଚୋରି ରହିଥିଲା ନା ଆଉ କିଛି ଏମିତି ତମାମ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି