ଶବ ବିକ୍ରି କରୁଥିଲେ ସନ୍ଦୀପ ଘୋଷ !


ାା ଏଜେନ୍ସି ।ା କୋଲକାତା : ଆର୍ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ କୁକର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ନିଆଁ ଜଳୁଛି । ଏହା ବିରୋଧରେ ଡାକ୍ତରଙ୍କ ଆନେ୍ଦାଳନ ଜାରି ରହିଛି । ଏହାରି ଭିତରେ ଆର୍ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଜଘନ୍ୟ କାଣ୍ଡର ଖୁଲାସା ହୋଇଛି । ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ହସ୍ପିଟାଲର ଅଚିହ୍ନା ଶବ ଗୁଡିକୁ ସେ କୁଆଡେ ବିକ୍ରି କରି ଦେଉଥିବା ନେଇ ଅଭିଯୋଗ ହୋଇଛି । ଏକ ସାକ୍ଷାତକାର୍ରେ ଆରଜି କର ମେଡିକାଲ କଲେଜର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲି ଏଭଳି ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଅଚିହ୍ନା ମୃତଦେହକୁ ବିକ୍ରି କରିବା ରାକେଟ୍ରେ ସାମିଲ ଥିଲେ । କେବଳ ସେତିକି ନୁହେଁ ସେ ଅନେକ ବେଆଇନ କାର୍ଯ୍ୟରେ ମଧ୍ୟ ଲିପ୍ତ ଅଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଘୋଷ ବାଂଲାଦେଶରେ ଜୈବ ଚିକିସôା ବର୍ଜ୍ୟବସ୍ତୁ ଏବଂ ଚିକିସôା ଉପକରଣର ଚୋରା କାରବାରରେ ସାମିଲ ଅଛନ୍ତି । 
ଅଖତର ଅଲି ୨୦୨୩ ଯାଏ ଆର୍ଜି କର ହସ୍ପିଟାଲରେ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତ ଥିଲେ । ସନ୍ଦୀପ ଘୋଷଙ୍କ ନାଁରେ ରାଜ୍ୟ ଭିଜିଲାନ୍ସ କମିଶନଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ ମଧ୍ୟ କରାଯାଇଛି । ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା । କିନ୍ତୁ ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ପୂର୍ବତନ ପ୍ରିନ୍ସିପାଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ଅଖତର ଅଲି କହିଛନ୍ତି । ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍ କରିବା ପାଇଁ ମଧ୍ୟ ଲାଞ୍ଚ ମାଗୁଥିଲେ । ମୋଟା ଅଙ୍କର କଲେଜ ଫି' ଆଦାୟ କରିବା ପାଇଁ ସେ ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍ କରିଦେଉଥିଲେ । ସେ ସବୁ ସ୍ଥାନରୁ କମିଶନ ନେଉଥିଲେ ବୋଲି ପୂର୍ବତନ ସୁପରିଟେଣ୍ଡେଣ୍ଟ ସାଂଘାତିକ ଅଭିଯୋଗ କରିଛନ୍ତି । 
 ସନ୍ଦୀପ ଘୋଷଙ୍କୁ  ବୁଧବାର ଲଗାତର ଷଷ୍ଠ ଦିନରେ ସିବିଆଇ ଟିମ୍ ତାଙ୍କୁ ପଚରାଉଚରା ଜାରି ରଖିଛି । ଏପର୍ଯ୍ୟନ୍ତ ଘୋଷଙ୍କୁ ୬୩ ଘଣ୍ଟା ଧରି ସିବିଆଇ ଜେରା କରିସାରିଲାଣି । ଆଗକୁ ସିବିଆଇ ତାଙ୍କର ମିଛ ଧରା ପରୀକ୍ଷା ତଥା ଲାଏଡିଟେକସନ୍ ଟେଷ୍ଟ ମଧ୍ୟ କରିବ । ସେପଟେ ଆର୍ଥିକ ଅନିୟମିତତା ସହ ଜଡିତ ନୂଆ ମାମଲାରେ ଡକ୍ଟର ଘୋଷଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।