କେନାଲରେ ଫିଙ୍ଗିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ, ଏହା ଅର୍ପଣ ଚାଉଳ ନୁହେଁ ତ?


ାା ପ୍ରଭାନୁ୍ୟଜ ।ା ଗୋପ :   କେନାଲ ପାଣିରେ ଫିଙ୍ଗିଦେଲେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଚାଉଳ । ଦିନ ଦ୍ୱି’ପହରରେ ଏପରି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ । ତେବେ କାହିଁକି ଏ ଚାଉଳ ଫିଙ୍ଗା ଯାଉଛି, ସେ ସମ୍ପର୍କରେ କାହା ପାଖରେ କିଛି ଉତ୍ତର ନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ଫିଙ୍ଗା ଯାଉଥିବା ଚାଉଳ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଆଦାୟ ହୋଇଥିଲା । ଆଜି ଅପରାହ୍ନରେ ନିମାପଡା-ଗୋପ ବ୍ରାଞ୍ଚ କେନାଲର ବାୟାକୁଦା ବ୍ରିଜ ନିକଟରେ ହଠାତ ଗୋଟିଏ ୪୦୭ ଟ୍ରକ୍ ଆସି ଠିଆ ହେଲା । ତା’ପରେ ୩ରୁ ୪ ଜଣ ଶ୍ରମିକ ଟ୍ରକ୍ରୁ ଓହ୍ଲାଇଲେ । ପରେ ଟ୍ରକରୁ ଚାଉଳ ବସ୍ତା ଖୋଲି ସିଧା କେନାଲ୍ ପାଣିରେ ଭସାଇ ଦେଲେ । ଏମିତି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ ଚାଉଳ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଚାଉଳ ସମ୍ପର୍କରେ ଶ୍ରମିକମାନଙ୍କୁ ପଚାରିଥିଲେ । ହେଲେ ସେମାନେ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନେ୍ଦହ ପ୍ରକାଶ ପାଉଛି । ଫିଙ୍ଗା ଯାଉଥିବା ଚାଉଳର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେଉଛି । ବଡ଼ ବିଚିତ୍ର ଘଟଣା ଯେଉଁଠି ଲୋକେ ସକାଳ ସନ୍ଧ୍ୟାରେ ଦୁଇ ମୁଠା ଅନ୍ନ ଠିକ ସେ ପାଉନଥିବାବେଳେ ଗୋପରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ବସ୍ତାକୁ ନାଳକୁ  ଫିଙ୍ଗାଯାଉଛି । 
ଏ ସମ୍ପର୍କରେ ଆମ ଗୋପ ବ୍ଲକ ପ୍ରତିନିଧି ଗୋପ ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିଥିଲେ । ଆଉ ଚାଉଳ ସମ୍ପର୍କରେ ଅଧିକାରୀଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ । କିନ୍ତୁ ଅଧିକାରୀଙ୍କ କହିବା ମୁତାବକ ସେ ଚାଉଳ ଆମର ନୁହେଁ ନୁହେଁ । କିନ୍ତୁ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରାଗଲେ ସଠିକ ତଥ୍ୟ ଲୋକ ଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।  ଗାଡିର ନମ୍ବର ଓ ଯେଉଁ ବ୍ୟକ୍ତି ମାନେ ଉକ୍ତ ଗାଡ଼ିରେ ଲେବର ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଯଦି ତଦନ୍ତ ପରିସରଭୁକ୍ତ କରାଯିବ ଏ ଚାଉଳ ବାସ୍ତବରେ କାହାର ତାହା ଜଣାପଡି ଯିବ ।  କିଛି ବ୍ୟକ୍ତି ବିଶେଷ ଙ୍କ ମତରେ ଏ ଚାଉଳ ସବୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅର୍ପଣ ଚାଉଳ ହୋଇଥାଇପାରେ ବୋଲି ଶୁଣିବାକୁ ମିଳୁଛି । ସେ ଯାହା ବି ହୋଇଥାଉ ଜଗନ୍ନାଥ ଙ୍କ ପାଇଁ ଅର୍ପଣ ଚାଉଳ ହୋଇଥିଲେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନରେ ଘୋର ଉଦବେଗ ପ୍ରକାଶ ପାଉଛି । ଆଉ ଯଦି ମିଡ଼ ଡେ ଚାଉଳ ହୋଇଥିବ ତେବେ ପିଲାମାନଙ୍କୁ ଘୋର ଆଘାତ ଦେବ । ଏଣୁ ସଚେତନ ନାଗରିକ ମଞ୍ଚ ଗୋପ ଶାଖା ପକ୍ଷରୁ ଦାବି ହେଉଛି କି ଚାଉଳ ଗୁଡାକୁ କାହିଁକି ନାଳରେ ଫିଙ୍ଗା ଗଲା ତାର ସଠିକ ରୂପେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପୁଲିସ ସହାୟତାରେ ତଦନ୍ତ କରାଗଲେ ସମସ୍ତ ତଥ୍ୟ ଲୋକ ଲୋଚନକୁ ଆସିପାରନ୍ତା । ଆଉ ତାହା କେଉଁ ଚାଉଳ ସ୍ପଷ୍ଟ ଜଣାପଡନ୍ତା ।