ଶ୍ରେଷ୍ଠ ହାସ୍ୟ କଳାକାର ଶଙ୍କର ପ୍ରଧାନ
sankar pradhan
ଭୁବନେଶ୍ୱର : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଶ୍ରେଷ୍ଠ ହାସ୍ୟ କଳାକାର ଭାବେ ପୁରସ୍କାର ପାଇବାକୁ ଶଙ୍କର ପ୍ରଧାନ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅରୁନ୍ଧତୀ ସିନେମାରେ ଅଭିନୟ ପାଇଁ ସେ ଏହି ପୁରସ୍କାର ପାଇବେ । ଶ୍ରୀ ପ୍ରଧାନ ଜଣେ ଖେଳ ଶିକ୍ଷକ ହୋଇଥିଲେବି ରାଜ୍ୟ ସିନେମା ଜଗତରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରିଛନ୍ତି । ଲୋକ ନକଲି କଥା ଅସଲି, ଶଙ୍କରା ବକରା ଭଳି ଅନେକ ସିରିୟଲରେ ସେ ଅଭିନୟ କରୁଛନ୍ତି ।
୨୦୨୧ ଶ୍ରେଷ୍ଠ ସିନେମା : ପ୍ରତୀକ୍ଷା ଓ ଡାଳଚିନି
ନିର୍ଦ୍ଦେଶକ : ସୁରେଶ ପଟ୍ଟନାୟକ
ଅଭିନେତା : ଅଙ୍କିତ କୁମାର ଓ ଦ୍ୱୀପାନ୍ୱିତ
ଅଭିନେତ୍ରୀ : ସୂର୍ଯ୍ୟମଣି
କାହାଣୀକାର : ରଞ୍ଜନ ଦାସ ଓ ଗୌରହରି ଦାସ
ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର
ଗାୟକ : ସ୍ୱୟଂପ୍ରକାଶ ପାଢ଼ୀ
ଗାୟିକା : ସୋହିନୀ ମିଶ୍ର
ଚିତ୍ରଗ୍ରହଣ : ଦୀପକ ଘଡେ଼ଇ
ସମ୍ପାଦନା : ମାନସ ସାହୁ
ଗୀତିକାର : ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ : ଦିଲ୍ଲୀପ ଚୌଧୁରୀ
ପାଶ୍ୱର୍ ଅଭିନେତା : ସମରେଶ ରାଉତରାୟ
ପାଶ୍ୱର୍ ଅଭିନେତ୍ରୀ : ସାଧନା ମାଳି ଓ ଏଲିନା
ହାସ୍ୟ କଳାକାର : ଶଙ୍କର ପ୍ରଧାନ