ସାବିତ୍ରୀ ବ୍ରତରେ ଜାଣନ୍ତୁ କ’ଣ ରହିଛି ଫଳ ରେଟ୍ !

ବର୍ଷକେ ଥରେ ଆସୁଛି ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଶୁଭ ମନାସି ମହିଳା ଏହି ବ୍ରତ ରଖିଥାନ୍ତି। ଅନ୍ୟପଟେ ଫଳଦର ମଧ୍ୟ ଆକାଶ ଛୁଆଁ ହୋଇଯାଇଛି। ତେବେ ଏବର୍ଷ ବର୍ଷା ସାବିତ୍ରୀକୁ ଫିକା କରିଦେଇଛି । ମୌସୁମୀ କେରଳ ଛୁଇଁବା ପରେ ପାଗ ଅନୁକୂଳ ରହିଛି। ଶନିବାର ରାଜ୍ୟରେ ବର୍ଷା ହୋଇଥିବାରୁ କିଛିଟା ଅଂଶରେ ସାବିତ୍ରୀ ବଜାର ଫିକା ପଡ଼ିଛି। ଲଘୁଚାପ ବର୍ଷା ସାବିତ୍ରୀକୁ ଏବର୍ଷ ଗୋଟିଏ ପ୍ରକାର ଫିକା କରି ସାରିଛି। ଅନ୍ୟପକ୍ଷେ ଏହାର ପ୍ରଭାବରେ ବର୍ଷା ହେବ ୨୭ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏ ନେଇ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି , ପବନ ବହିବାର ଆଶଙ୍କା କରାଯାଉଛି। ତେବେ ଫଳ ରେଟ ଦେଖିବାକୁ ଗଲେ ଆମ୍ବ କିଲୋ ପିଚ୍ଛା ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହିଥିବା ବେଳେ ସେଓ ୨୦୦ରୁ ଆରମ୍ବ ହୋଇ ଊର୍ଦ୍ଧ୍ୱ ରହିଛି, ସପୁରୀ ଗୋଟାପିଛା ୫୦ ଟଙ୍କା ରହିଛି। ଡାଳିମ୍ବ ୨୦୦ରୁ ଊର୍ଦ୍ଧ୍ୱ ରହିଛି, ଲିଚୁ ୨୪୦ରୁ ଅଧିକ ରହିଛି। ଅନ୍ୟପକ୍ଷେ ନଡ଼ିଆ ଗୋଟା ୪୦ ରହିଛ, କଦଳୀ ଡର୍ଜନ ୯୦, ପଣସ ୧୦୦ ରହିଛି।