ପିଏମ୍ଶ୍ରୀ ବିଦ୍ୟାଳୟରେ ମେଧାବୀ ସମ୍ବର୍ଦ୍ଧନା

 ହିଞ୍ଜିଳିକାଟୁ  : ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ  ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେଧାବୀ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅଶୋକ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢ଼ୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟଶେନ ମହାନ୍ତି ଓ ବରିଷ୍ଠ ଶିକ୍ଷୟତ୍ରୀ ଏଲ. ଗୌରୀ ଆଚାରୀ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ କରିଥିବା ଦଶମ ଶ୍ରେଣୀର ୭ ଜଣ  ଓ +୨ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା ମଣିଷ ଜୀବନକୁ ସମୃଦ୍ଧ କରିବା ସହ ମଣିଷକୁ ଏକ ସର୍ବୋକôୃଷ୍ଟ ନାଗରିକ ଭାବେ ଗଢିଥାଏ ବୋଲି ଅତିଥିମାନେ ମତ ପୋଷଣ କରିବା ସହ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ  । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଚିନ୍ମୟ ପୋଲାଇ ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ  । ପ୍ରକାଶ ଥାଉକି,  ଚଳିତ ବର୍ଷ ଉଭୟ ଦଶମ ଓ +୨ କଳାରେ ବିଦ୍ୟାଳୟର ଛାତ୍ରୀ କ୍ରିଷ୍ଣା ସାହୁ ଓ ବର୍ଷା ମହାନ୍ତି ଯଥାକ୍ରମେ ବ୍ଲକ୍ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି  ।