୩ ଘଣ୍ଟା ପାଇଁ ଏସବିଆଇ ଡିଜିଟାଲ ସର୍ଭିସ ବନ୍ଦ
ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଡିଜିଟାଲ ସର୍ଭିସ ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନାହିଁ । ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ ସର୍ଭିସ ବନ୍ଦ ରହିବ । ଆଜି ଦିନ ଗୋଟାଏରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଡିଜିଟାଲ ସର୍ଭିସ ବନ୍ଦ ରହିବ । ଏହି ସମୟରେ ୟୁପିଆଇ ଲାଇଟ୍ କିମ୍ବା ଏଟିଏମ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ସଂସ୍ଥା ଏନେଇ ଏକ୍ସରେ ବିବୃତ୍ତି ଜାରି କରି ସୂଚନା ଦେଇଛି । ତେବେ ଏସବିଆଇ ସର୍ଭିସ ବନ୍ଦ ପାଇଁ ୟୁଜର୍ସଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଛି । କିଏ ଓଲାରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପେମେଣ୍ଟ କରିପାରିନି ତ, ଆଉ କିଏ ହୋଟେଲରେ ଖାଇ ପେମେଣ୍ଟ ନକରିପାରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଆହୁ ପ୍ରାୟ ୧ଘଣ୍ଟା ପରେ ସର୍ଭିସ ସ୍ୱାଭାବିକ୍ ହେବ ବୋଲି ସୂଚନା ଦିଆଯାଇଛି ।