ଦୁଇ ଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀ ଉଦ୍ଘାଟିତ, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ: ଶାହ
।ା ଏଜେନ୍ସି ।ା ନୂଆଦିଲ୍ଲୀ, : ଆତଙ୍କବାଦ ବିରୋଧୀ ସମ୍ମିଳନୀ ଉଦ୍ଘାଟନୀ ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଉଦବୋଧନ ଦେବା ସହ ଏନଆଇଏର ନୀତି ଉନ୍ମୋଚନ କରିଥିଲେ । ଏହି ଅବସରରେ ଏନଆଇଏରୁ ୧୧ ଜଣ ପଦକ ବିଜେତାଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ବୁ୍ୟରୋର ନିଦେ୍ର୍ଦଶକ ତପନ କୁମାର ଡେକା, ଉପଜାତୀୟ ସୁରକ୍ଷା ପରାମର୍ଶଦାତା ପଙ୍କଜ ସିଂହ ଏବଂ ଏନଆଇଏ ମହାନିଦେ୍ର୍ଦଶକ ସଦାନନ୍ଦ ବସନ୍ତ ଦାତେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ପୋଲିସ ଅଧିକାରୀ ଆତଙ୍କବାଦ ମୁକାବିଲା ସମ୍ବନ୍ଧୀୟ ପ୍ରସଙ୍ଗରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ଏଜେନ୍ସି/ବିଭାଗର ଅଧିକାରୀ ଏବଂ ଆଇନ, ଫରେନସିକ୍, ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ସମ୍ବନ୍ଧୀୟ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଉଛନ୍ତି ।
ଏହି ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଏନଆଇଏ କେବଳ ଏକ ତଦନ୍ତକାରୀ ଏଜେନ୍ସି ନୁହେଁ । ଏହାର ତତ୍ତ୍ୱାବଧାନରେ ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପକୁ ସଂକଳିତ ଏବଂ ପ୍ରୋସôାହିତ କରାଯିବା ଉଚିତ । ତଦନ୍ତକାରୀ ଏଜେନ୍ସି ଯେପରି କୋର୍ଟରେ ଦୃଢ଼ ଭାବରେ ଠିଆ ହେବ ଏବଂ ଆତଙ୍କବାଦ ବିରୋଧୀ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବା ଉଚିତ୍ । ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଦେଶର ସୁରକ୍ଷା ବଜାୟ ରଖିବା ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ସୀମା ସୁରକ୍ଷା ପାଇଁ ୩୬,୪୬୮ ଜଣ ପୁଲିସ ବଳିଦାନ ଦେଇଛନ୍ତି ।
ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାପରଠାରୁ ୧୦ ବର୍ଷ ମଧ୍ୟରେ ଭାରତ ସରକାର ଆତଙ୍କବାଦ ବିରୋଧରେ ଏକ ଠୋସ୍ ରଣନୀତି ସହିତ ଆଗେଇ ଚାଲିଛନ୍ତି । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତାର ମୋଦୀଜୀଙ୍କ ସ୍ଲୋଗାନକୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଗ୍ରହଣ କରିଛି ବୋଲି ସେ କହିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ଆତଙ୍କବାଦର ମୁକାବିଲା ପାଇଁ ଭାରତରେ ଏକ ଶକ୍ତିଶାଳୀ 'ଇକୋସିଷ୍ଟମ୍' ନିର୍ମାଣ କରାଯାଇଛି । ଆତଙ୍କବାଦ, ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ସମଗ୍ର ଇକୋସିଷ୍ଟମ ବିରୋଧରେ ଲଢ଼ିବା ପାଇଁ ଗୃହ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଏକ ଜାତୀୟ ଆତଙ୍କବାଦ ନିରୋଧୀ ନୀତି ଏବଂ ରଣନୀତି ପ୍ରଣୟନ କରିବ ବୋଲି ଗୃହମନ୍ତ୍ରୀ ଘୋଷଣା କରିଥିଲେ । ଆତଙ୍କବାଦ ବିରୋଧରେ ଲଢେଇକୁ ସମସ୍ତ ରାଷ୍ଟ୍ର ନିଜର ବୋଲି ବିଚାର କରିବା ଉଚିତ ବୋଲି ଅମିତ ଶାହ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ଆତଙ୍କବାଦ ବିରୋଧରେ ଲଢ଼ିବା, ଫଳାଫଳ ପ୍ରଦାନ କରିବା ଏବଂ ଏହି ବିପଦକୁ ସଫଳତାର ସହ ମୂଳୋତ୍ପାଟନ କରିବା ପାଇଁ ଏକ ଦୃଢ଼ ସଂକଳ୍ପ ସହିତ ଏକ ଇକୋସିଷ୍ଟମ ସୃଷ୍ଟି କରିବ ବୋଲି ସେ କହିଥିଲେ ।